ଉମରକୋଟ: ନବରଙ୍ଗପୁର ଜିଲାର ଉମରକୋଟ ବ୍ଲକର ତୋହରା ଗ୍ରାମ ପଞ୍ଚାୟତର କିଛି ଗ୍ରାମରେ ଛତିଶଗଡ ରାଜ୍ୟରୁ ଆସିଥିବା ୨ ଟି ହାତୀ ପ୍ରବେଶ କରି ବ୍ୟାପକ ମକା ଫସଲ ନଷ୍ଟ କରିଦେଇଥିବା ଘଟଣା ପ୍ରଥମ ଥର ଦେଖିବାକୁ ମିଳିଛି। ମକା ଫସଲ ନଷ୍ଟ ହେବା ଦ୍ବାରା ଚାଷୀ ବିଶେଷ କ୍ଷତିଗ୍ରସ୍ତ ହେଇଥିବା ବେଳେ ହାତୀ ଦେଖି ଗ୍ରାମବାସୀ ଆତଙ୍କିତ ହେଇ ପଡିଛନ୍ତି।
ମିଳିଥିବା ସୂଚନା ଅନୁସାରେ ପଡ଼ୋଶୀ ଛତିଶଗଡର ସୀତା ନଦୀ ଅଭ୍ୟାୟାରଣ୍ୟରୁ ୨ ଟି ହାତୀ ( ମା ଓ ଛୁଆ) ରାଇଘର ବ୍ଲକ ଅତିକ୍ରମ କରି ଜଙ୍ଗଲ ଦେଇ ଆଜି ସକାଳେ ପ୍ରାୟ ୬ ଟା ସମୟରେ ତୋହରା ଗ୍ରାମ ପଞ୍ଚାୟତର ଅର୍ଜୁନପାଣି, ଖଲ।ଗୁଡା, ତିପ।ପାଣି ଓ ମହୁଲପାର ଗ୍ରାମ ଭିତରେ ଥିବା ମକା ଫସଲରେରେ ପଶି ନଷ୍ଟ କରିଦେଇଥିବା ଜଣାପଡ଼ିଛି।
ଏହି ୪ ଖଣ୍ଡ ଗ୍ରାମର ପ୍ରାୟ ୩୦ ଜଣ ମକା ଚାଷୀଙ୍କର ମକା ଫସଲ ନଷ୍ଟ ହେଇଥିବା ତୋହରା ସରପଞ୍ଚ ସଦାନନ୍ଦ ମାଝୀ ସୂଚନା ପ୍ରଦାନ କରିଛନ୍ତି। ସ୍ଥାନୀୟ ଗ୍ରାମବାସୀ ଓ ଜଙ୍ଗଲ ବିଭାଗର କର୍ମଚାରୀ ମିଳିତ ଉଦ୍ୟମ ଯୋଗୁ ହାତୀଗୁଡ଼ିକ ସେହି ସ୍ଥାନ ଛାଡ଼ି ପଳାଇଥିଲେ। ପୂର୍ବରୁ ହାତୀ ଛତିଶଗଡର ସୀମା ଅତିକ୍ରମ କରି ରାଇଘର ବ୍ଲକରେ ବହୁ ବାର ଆତଙ୍କ ସୃଷ୍ଟି କରିଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ଉମରକୋଟ ଅଞ୍ଚଳରେ ହାତୀ ପ୍ରବେଶ କରିବା ଦ୍ୱାରା ଲୋକେ ହାତୀକୁ ଦେଖି ଆତଙ୍କିତ ହେଇପଡ଼ିଛନ୍ତି। ବର୍ତ୍ତମାନ ଏହି ୨ ଟି ହ।ତୀ ଉମରକୋଟ ଜଙ୍ଗଲ ଅତିକ୍ରମ କରି ରାଇଘର ଗୋନା ଜଙ୍ଗଲରେ ପ୍ରବେଶ କରିଥିବା ଉମରକୋଟ ଜଙ୍ଗଲ ବିଭାଗର ରେଞ୍ଜର ଦେବସ୍ମିତା ସାହୁ ସୂଚନା ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/01/untitled-2025-09-01-20-00-09.jpg)