ଡାବୁଗାଁରେ ଅବକାରୀ ଚଢାଉ: ୪ ଗିରଫ, ୧୯ ଲିଟର ଦେଶୀ ମଦ ଜବତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓ ଉମରକୋଟ ଅବକାରୀ ଥାନା ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ମିଳିତ ଚଢାଉ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୯ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି। ସେମାନେ ହେଲେ ଝରିଗୁଡ଼ା ଗ୍ରାମର ଗୋମତୀ ମାଝୀ ଓ ଗୋମତୀ ଭତରା, ମଙ୍ଗରାଚଚରା ଗ୍ରାମର ମୋତି ପୂଜାରୀ ଓ ନାଗ ଯୋଡ଼ି ଗ୍ରାମର ଶକୁନ୍ତଳା ପନକା। ଅଭିଯୁକ୍ତମାନଙ୍କ ବିରୋଧରେ ଅବକାରୀ ମାମଲା ରୁଜୁ କରାଯାଇଛି।

ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉମରକୋଟ ଓ ଡାବୁଗାଁ ଅବକାରୀ ଥାନା କର୍ମଚାରୀ ମିଳିତ ଭାବେ ଡାବୁଗାଁ ଅବକାରୀ ଥାନା ଅଧୀନ ଝରିଗୁଡ଼ା, ମଙ୍ଗରାଚଚରା, ଧାମନାଗୁଡ଼ା, ମେଦନା ଓ ଡାବୁଗାଁ ଅଞ୍ଚଳରେ ଚଢ଼ାଉ କରିଥିଲେ। ଏଥିରେ ବେନିୟମ ଭାବେ ଚୋରା ଦେଶୀମଦ କାରବାର କରୁଥିବା ଝରିଗୁଡ଼ା, ମଙ୍ଗରାଚଚରା ଓ ନାଗ ଯୋଡ଼ି ଗ୍ରାମର ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୯ ଲିଟର ଦେଶୀ ମଦ ଜବତ କରିଥିଲେ।

ଏହି ମିଳିତ ଚଢ଼ାଉରେ ଉମରକୋଟ ଅବକାରୀ ଥାନା ନିରୀକ୍ଷକ ଜଗଦୀଶ ପ୍ରସାଦ ନାଥ, ଡାବୁଗାଁ ଅବକାରୀ ଥାନା ଉପ ନିରୀକ୍ଷକ ପ୍ରକାଶ କୁମାର ଦାସ, ଏ ଏସ୍‌ ଆଇ ସୁନାଧର କିର୍ଷାନି, କୁସ ଜାଲ, କର୍ମଚାରୀ ମାଖନ ହଳଧର, ସୁରେଖା ଭତରା, ନାରାୟଣ ମୁଦୁଲି, ସୁବାସ ଗୌଡ, ଓ ଦେବାଶିଷ ଦାସ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର