ନବରଙ୍ଗପୁର (ସୁରେଶ ନାଇଡୁ): ମୃତ୍ତିକା ସଂରକ୍ଷଣ ବିଭାଗ ଗତ ବର୍ଷକ ହେବ ସମସ୍ତ ଉନ୍ନୟନମୂଳକ କାମ ଧିମେଇ ଯାଇଛି। ରାୟଗଡ଼ା ଓ ମାଲାକାନଗିରି ଜିଲ୍ଲାରେ ଏହି ବିଭାଗରେ ହୋଇଥିବା ଦୁର୍ନୀତି ପରେ ରାଜ୍ୟ ସରକାର ଅନୁଦାନ ଦେବା ବନ୍ଦ କରିଦେଇଛି। ଅନ୍ୟ ଜିଲ୍ଲାର ଦୁର୍ନୀତିକୁ ନେଇ ନବରଙ୍ଗପୁର ଜିଲ୍ଲାରେ ପ୍ରକଳ୍ପ ବନ୍ଦ କରିବା ଠିକ୍ ନୁହେଁ। ସରକାରଙ୍କର ଯଦି ସଂନ୍ଦେହ ହେଉଛି ତଦନ୍ତ କରାଯାଉ ବୋଲି ଚାଷୀମାନେ କହିଛନ୍ତି। ଜିଲ୍ଲାରେ ପିଏମକେଏସୱାଇ-୨.୦ଯୋଜନରେ ୧୪ଟି ଜଳ ବିଭାଜିକା ପ୍ରକଳ୍ପ କୋଟିଏ ୧୮ଲକ୍ଷ ଅନୁଦାନ ମିଳିଥିବା ବେଳେ ଏଯାଏଁ ୯୪ଲକ୍ଷ ୩୭ହଜାର ଟଙ୍କା ବ୍ୟୟ କରାଯାଇ ୨୦୪୨ଶ୍ରମ ଦିବସ ସୃଷ୍ଟି ହୋଇଛି। ବୃଷ୍ଟି ପୃଷ୍ଟି ଅଂଚଳ ଉନ୍ନୟନ ଯୋଜନାରେ ଜିଆଖତ ନିର୍ମାଣ ୧୦୦ଟି ୬ଲକ୍ଷରେ କରାଯିବା ଯୋଜନା ରହିଥିବା ବେଳେ ଏଯାଏଁ ଗୋଟିଏ ବି ଆରମ୍ଭ ହୋଇନି।
ଦୋଷ କଲା କିଏ, ଦଣ୍ଡ କାହାକୁ?
ଏମଜିନରେଗାରେ ୨୦୨୫-୨୬ଆର୍ଥିକ ବର୍ଷରେ କଲମି କାଜୁ ବୃକ୍ଷରୋପଣ ୨୫୦ହେକ୍ଟର ଜମିରେ ୨୫ଟି ପ୍ରକଳ୍ପରେ ୫କୋଟି ୭୩ଲକ୍ଷ ଖର୍ଚ୍ଚ କରାଯିବାର ଯୋଜନା ରହିଥିଲା। ଏହା ଏଯାଏଁ ଆରମ୍ଭ ହୋଇନାହିଁ। ଚାଷୀଙ୍କ ଜମିରେ କ୍ଷେତପୋଖରୀ ଯୋଜନା(ଛୋଟ ପୋଖରୀ)ରେ ୨୦୨୪-୨୫ଆର୍ଥିକ ବର୍ଷରେ ୨କୋଟି ୯୪ଲକ୍ଷ ଟଙ୍କା ବ୍ୟୟରେ ୩୧୩ଟି କରାଯିବା ଲକ୍ଷ୍ୟ ରହିଥିଲା। ଏଥିରୁ ୧୫୪ଟିର କାମ ୫୨ଲକ୍ଷ ୨୪ହଜାର ଖର୍ଚ୍ଚ କରାଯାଇ ୧୫୪୭୨ଶ୍ରମ ଦିବସ ସୃଷ୍ଟି କରାଯାଇଛି। ବଳକା ୧୫୯ଟି ପ୍ରକଳ୍ପ ଅଧପନ୍ତରିଆ ଭାବେ ରହିଛି। ଦୋଷ କଲା କିଏ ଦଣ୍ଡ ପାଉଛି କିଏ ବୋଲି ଚାଷୀ ଅଭିନବ ପ୍ରଧାନ, ସୁଦେବ ମାଲକାର, ହରି ଭତରା, ବେଦବ୍ୟାସ ଭତରା ଆଦି କହିଛନ୍ତି।
ଆହୁରି ପଢ଼ନ୍ତୁ: Odia Girl Murder: ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କୁ ମାରି ଫିଙ୍ଗିଦେଲା ଘର ମାଲିକର ପୁଅ
ଚାଷୀମାନଙ୍କ ଅଭିଯୋଗ
ରାୟଗଡ଼ା ଓ ମାଲାକାନଗିରି ଜିଲ୍ଲାରେ ଦୁର୍ନୀତି ଜଣାପଡ଼ିବା ପରେ ଏମଜିନରେଗା ଯୋଜନାରେ କାମ କରୁଥିବା ସମସ୍ତ ଆଇଟ ସୋର୍ସିଂ କର୍ମଚାରୀଙ୍କୁ ବାହର କରି ଦିଆଯାଇଛି। ଏପରିକି ଏମଜିନରେଗା ଯୋଜନାରେ ମିଳୁଥିବା ଅନୁଦାନକୁ ଗତ ୨୦୨୪ ମାର୍ଚ୍ଚ ମାସରୁ ବନ୍ଦ କରି ଦିଆଯାଇଛି। ଏବେ ନବରଙ୍ଗପୁର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପରେ ଜଣେ ପ୍ରକଳ୍ପ ନିର୍ଦ୍ଦେଶକ, ୧୦ଜଣ ଓଭରସିଅର, ୫ଜଣ କ୍ଷେତ୍ର କର୍ମଚାରୀ, ୩ଜଣ କିରାଣୀଙ୍କୁ ନେଇ ଚାଳୁଛି। ୧୦ଟି ବ୍ଲକର ଏସିସିଏସଓ ପଦବୀ ଖାଲି ପଡ଼ିଛି। ଗତ ଦେଢ଼ ବର୍ଷ ହେବ ବିଭାଗ କେବଳ ନାମକୁ ମାତ୍ର ରହିଛି ବୋଲି ଜଣେ ଚାଷୀ କହିଛନ୍ତି। ଅର୍ଦ୍ଧପନ୍ତରିଆ ଥିବା ଖେତ ପୋଖରୀର ଟଙ୍କା ବି ମିଳିନି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି।
ଆହୁରି ପଢ଼ନ୍ତୁ: CM Election Campaign: ନୂଆପଡ଼ାରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ
ସମସ୍ୟାର ସମାଧାନ ହେବ: ଅଧିକାରୀ
ଖେତପୋଖରୀ ଯୋଜନାର କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀମାନେ ଗତ ଦେଢ଼ ବର୍ଷ ହେବ ଅପେକ୍ଷା କରି ଏବେ କଣ କରିବେ ଚିନ୍ତାରେ ପଡିଛନ୍ତି। ଅସଂପୂର୍ଣ୍ଣ ଥିବା କ୍ଷେତପୋଖରୀ ଯୋଜନାର ୧୫୯ଟି ପ୍ରକଳ୍ପ ଓକଲମି କାଜୁ ବୃକ୍ଷ ରୋପଣ ୨୫ଟି ପ୍ରକଳ୍ପ ପାଇଁ ଅନୁଦାନ ଦେବା ଓ ଖାଲି ପଡିଥିବା ପଦବି ପୂରଣ ପାଇଁ ରାଜ୍ୟସରକାରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଚିଠି କରାଯାଇଛି ବୋଲି କହିଛନ୍ତି ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଚିନ୍ତାମଣି ବେହେରା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/06/cashew-2025-11-06-21-19-41.jpg)