ଝରିଗାଁ/ନବରଙ୍ଗପୁର : ବାପା ହତ୍ୟାକାରୀ ପୁଅକୁ ଗିରଫ କରିଛି ପୁଲିସ । ଗତ ୨୨ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ନାଙ୍ଗାଗୁଡା ଜଙ୍ଗଲରୁ ତିଲ ଗଣ୍ଡ ନାମକ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ବେଳେ ତିଲଙ୍କ ମୁଣ୍ଡରେ ଏକ ଟାଙ୍ଗିଆ ଲାଗି ରହିଥିଲା । ଗୁରୁତର ଅବସ୍ଥାରେ ଥିବା ତିଲ ଚିକିତ୍ସାଧିନ ଅବସ୍ଥାରେ କୋରାପୁଟ ମେଡିକାଲରେ ଗତ ୨୩ ତାରିଖରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସର ସନ୍ଦେହ ତାଙ୍କ ପୁଅ ଜଗବନ୍ଧୁ ଗଣ୍ଡ(୧୮) ଉପରେ ରହିଥିଲା । ଗତକାଲି ଜଗବନ୍ଧୁ ନିଜ ମାମୁ ଘର ଉମରକୋଟ ବ୍ଲକ କେରାଣ୍ଡିଗୁଡା ଗାଁରେ ଥିବା ସୂଚନା ପାଇ ପୁଲିସ ଚଢ଼ାଉ କରି ଥାନାକୁ ଆଣି ପଚରାଉଚରା କରିଥିଲା । ପଚରାଉଚରା ବେଳେ ନିଜ ବାପାକୁ ହତ୍ୟା କରିଥିବା ନେଇ ଜଗବନ୍ଧୁ ସ୍ବୀକାର କରିଥିବା ଝରିଗାଁ ଥାନା ଅଧିକାରୀ କହିଛନ୍ତି।
ପୁଲିସ ତଦନ୍ତରୁ ଜଣାପଡିଛି ଯେ ତିଳ ଗଣ୍ଡ ଓ ପୁଅ ଜଗବନ୍ଧୁ ମଧ୍ୟରେ ଜମିଜମାକୁ କେନ୍ଦ୍ର କରି ବିବାଦ ଲାଗିରହିଥିଲା। ଏହି ବିବାଦର ସମାଧାନ ପାଇଁ ଉଭୟ ବାପା ଓ ପୁଅ ମିଶି ତିଳ ଗଣ୍ଡର ଭାଇ ମାନେ ରହୁଥିବା ତାରାକନାରୀ ଗାଁକୁ ମିଶି ଯାଇଥିଲେ। ରାସ୍ତାରେ ଉଭୟ ବାପା ଓ ପୁଅ ମଦ୍ୟପାନ କରିଥିଲେ। ମାଙ୍ଗାଡଙ୍ଗରୀ ଜଙ୍ଗଲରେ ଉଭୟେ ମଦ୍ୟପାନ କରି ଗଣ୍ଡଗୋଳ ହୋଇଥିଲେ । ଏହି ସମୟରେ ଜଗବନ୍ଧୁ ନିଜ ଗାଡିରେ ରଖିଥିବା ଏକ ଟାଙ୍ଗିଆରେ ଚୋଟ ପକାଇ ଘଟଣା ସ୍ଥଳରେ ବାପାକୁ ଛାଡି ତାରାକନାରୀ ଗ୍ରାମରେ ରହୁଥିବା ଦାଦା ଘରକୁ ଚାଲିଯାଇଥିଲା। ତିଳକୁ ପୁଅ ଜଗବନ୍ଧୁ ଟାଙ୍ଗିଆରେ ଆକ୍ରମଣ କରିଥିବା ଗ୍ରାମରେ ପ୍ରଘଟ ହେବା ପରେ ଜଗବନ୍ଧୁ ଫେରାର ହୋଇଯାଇଥିଲା । ତିଳର ଭାଇ ବଳରାମ ଗଣ୍ଡ କେହି ଅଜଣା ବ୍ୟକ୍ତି ଭାଇକୁ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ଦେଇଥିଲେ । ବଳରାମ ଗଣ୍ଡଙ୍କ ଏତଲାକୁ ଆଧାର କରି ଝରିଗାଁ ଥାନାରେ ଏକ ମାମଲା ରୁଜୁ କରି ଆଜି ପୁଲିସ ପୁଅ ଜଗବନ୍ଧୁକୁ ଗିରଫ କରିଛି।
ପ୍ରକାଶ ଥାଉକି ଗତ ୨୨ ତାରିଖରେ ମାଙ୍ଗାଡଙ୍ଗିରୀ ଜଙ୍ଗଲରେ ଜଣେ ବ୍ୟକ୍ତିର ମୁଣ୍ଡରେ ଟାଙ୍ଗିଆ ଚୋଟି ଲାଗି ରହି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ନେଇ ଝରିଗାଁ ପୁଲିସକୁ ଖବର ମିଳିଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତିଳ ଗଣ୍ଡଙ୍କୁ ଉଦ୍ଧାର କରିବା ସହ ଝରିଗାଁ ମେଡିକାଲକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତିଳ ଗଣ୍ଡଙ୍କ ମୃତ୍ୟୁ ହୋଇଥିଲା ।
ବାପା ହତ୍ୟାକାରୀ ପୁଅ ଗିରଫ
/sambad/media/post_attachments/wp-content/uploads/2019/04/nabarang.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)