ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ସାନକୁମୁଲିରେ ଏକ ବାୟୋଗ୍ୟାସ୍ ଟାଙ୍କି ଭିତରୁ ଜଙ୍ଗଲ ଅଧିକାରୀମାନେ ସୋମବାର ଏକ ମାଈ ଭାଲୁ ଓ ତା’ର ଦୁଇଟି ଛୁଆଙ୍କୁ ଉଦ୍ଧାର କରିଛନ୍ତି।
ଦୀର୍ଘ ସମୟର ଅପରେସନ ପରେ ବନ୍ୟ ଅଧିକାରୀଙ୍କ ଟିମ୍ ବାୟୋଗ୍ୟାସ୍ ଟ୍ୟାଙ୍କ୍ ଭିତରୁ ଭାଲୁ ଓ ତା’ର ଦୁଇଟଇ ନବଜାତ ଛୁଆକୁ ଉଦ୍ଧାର କରିଛନ୍ତି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମୋତିଲାଲା ମାଝିଙ୍କ ଘରେ ଥିବା ବାୟୋଗ୍ୟାସ୍ ଟାଙ୍କି ଭିତରକୁ ମାଈ ଭାଲୁଟି ପଶି ଯାଇଥିଲା। ସେଠାରେ ସେ ଫସି ରହିଥିବା ବେଳେ ଦୁଇଟି ଛୁଆ ଜନ୍ମ ଦେଇଥିଲା।
/sambad/media/post_attachments/wp-content/uploads/2019/12/bear-cubs-300x170.jpg)
ଗତ କାଲି ରାତିରେ ଏହି ଦୁଇ ଭାଲୁ ଛୁଆ ଜନ୍ମ ନେଇଥିବାର ସୂଚନା ରହିଛି। ଉଦ୍ଧାରକାର୍ଯ୍ୟ ସରିବା ପରେ ଜଙ୍ଗଲୀ ଭାଲୁକୁ ଯନ୍ତା ଭିତରେ ରଖାଯାଇଛି। ପାପଡାହାଣ୍ଡି ଡିୟର୍ ପାର୍କରେ ୩ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/bear-rescue-750x430.jpg)