ନବରଙ୍ଗପୁର : ନିଆଁ ଲାଗି ୫ଟି ଧାନଗଦା ନଷ୍ଟ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାଲହାଣ୍ଡି ବ୍ଲକର ଖୁଣ୍ଟିଆ ଗ୍ରାମରେ ଧାନ ଗଦାରେ ନିଆଁ ଲାଗି ସମ୍ପୁର୍ଣ୍ଣ ଭାବେ ୫ଟି ଧାନ ଗଦା ନଷ୍ଟ ହୋଇଯାଇଛି। ଖୁଣ୍ଟିଆ ଗ୍ରାମର ସୁନାଧର ସୌରା, ହରୀହର ନାୟକ, ଯୁଧିଷ୍ଠିର ନାୟକ, ଓ ଚୈତନ୍ୟ ଭତରାଙ୍କ ପ୍ରାୟ ୧୨ଟି  ଧାନଗଦା  ଗୋଟିଏ ପାଖରେ ଅମଳ ପାଇଁ ରଖିଥିଲେ। ଅପରାହ୍ନରେ କୌଣସି କାରଣରୁ ଧାନଗଦାରେ ନିଆଁ ଲାଗିଯାଇଥିଲା । ଗ୍ରାମବାସୀ  ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇପାରିନଥିଲା । ଡଙ୍ଗରବେଜା ଦମକଳ ବାହିନୀ ଆସି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିବା ବେଳକୁ  ୫ଟି ଧାନ ଗଦା ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଧାନଗଦାରେ ଲାଗିଥିବା ନିଆଁ ୨ଟି ଦମକଳ ଗାଡିର ଉଦ୍ୟମରେ ସଂଧ୍ୟା ୭ଟା ବେଳେ ଆୟତ୍ତ ହୋଇଥିବାର ଜଣାପଡିଛି । ନଷ୍ଟ ହୋଇଥିବା ଧାନର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର