ରାଇଘର : ଅସାବଧାନତା ଯୋଗୁଁ ନିଆଁ ଲାଗି ଜଳିଗଲା ଧାନ ଗଦା, ଚାଷୀ ଜଣକ ଭାଗ୍ୟକୁ ଆଦରି ମୁଣ୍ଡରେ ହାତ ଦେଇ ବସିଛନ୍ତି।ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଳିଡଙ୍ଗରୀ ପଂଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମରେ।
ସୂଚନା ଅନୁଯାୟୀ ଚିତ୍ରକୁଟ ଗ୍ରାମର ପିଲାଦାସ ହରିଜନ ନିଜର ପାଖାପାଖି ୧୫ ଏକର ଜମିରେ ଧାନ ଚାଷକରି ଧାନ କାଟି ଘର ପାଖ ଖଳାରେ ଗଦା କରିଥିଲେ । ଆଜି ଦିନ ପ୍ରାୟ ସାଢ଼େ ଏଗାରଟା ବେଳକୁ ହଠାତ ଧାନ ଗଦା ପାଖରୁ ଧୂଆଁ ବାହାରି ଜାଳିବାକୁ ଲାଗିଲା।ଏଥି ପୂର୍ବରୁ ଘରର ଛୋଟ ଛୋଟ ପିଲା ମାନେ ସେଠାରେ ଖେଳୁଥିବା ଅବସ୍ଥାରେ ଏପରି ଘଟଣା ଘଟିଥିଲା । ପ୍ରାୟ ପିଲାମାନେ ନିଆଁ ଲଗାଇ ଖେଳୁଥିବା ଅବସ୍ଥାରେ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଅମଳ ହୋଇ ନଥିବା ଧାନ ଗଦାରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକମାନଙ୍କ ସହ ରାଇଘର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ କୃଷି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ବେଳେ କ୍ଷତି ଗ୍ରସ୍ତ ଚାଷୀ ପିଲା ଦାସଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବୀ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-21-at-20.42.37.jpeg)