ନବରଙ୍ଗପୁର: ନବରଙ୍ଗପୁର ପୂର୍ବତନ ବିଧାୟକ ସଦନ ନାୟକଙ୍କ ଠାରୁ ଚଳନ୍ତା ଗାଡିରୁ ଟଙ୍କାମୁଣି ଲୁଟ୍ ଓ ସହର ଉପକଣ୍ଠରେ ଥିବା ଏସାର ପେଟ୍ରୋଲ ପମ୍ପ ଠାରେ ଡ୍ରାଇଭର କୁ ମାଡ ମାରି ଟଙ୍କା ଲୁଟ ମାମଲାରେ ୪ ଜଣ ଯୁବକ ଗିରଫ ହୋଇଛନ୍ତି। ଗତ ୧୫ ଦିନ ମଧ୍ୟରେ ନବରଙ୍ଗପୁର ପୁଲିସକୁ ୨ ଗୋଟି ସଫଳତା ମିଳିଛି। ସୁନିଲ ସାହୁ ଅପହରଣ ମାମଲା ରେ ୩ ଗିରଫ ହୋଇଥିବା ବେଳେ ପୂର୍ବତନ ବିଧାୟକଙ୍କ ଠାରୁ ଟଙ୍କା ଲୁଟ ଓ ଟ୍ରକ ଡ୍ରାଇଭରକୁ ମାଡ ମାରି ଟଙ୍କା ଲୁଟ ଓ ମାଡ ମାରିବା ଘଟଣା ରେ ୪ ଜଣଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଆହୁରୀ ଅନେକ ଫେରାର ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗିରଫ ଯୁବକ ମାନେ ହେଲେ ନବରଙ୍ଗପୁର ସହର ର ସେନାପତି ସାହିର ଭୁବନ ଗରଡା, ଗାଦବାଗୁଡା ସାହିର ଲିଙ୍ଗରାଜ ମଲ୍ଲିକ, ଦଶରାପଦା ସାହିର ହେମନ୍ତ ଦୀପ ଓ ଗାଦବାଗୁଡାର ବରକର ଅଲି ବାଗ ଗିରଫ ହୋଇଛନ୍ତି। ପୂର୍ବତନ ବିଧାୟକଙ୍କ ଠାରୁ ଟଙ୍କା ଲୁଟ୍ ଘଟଣାରେ ୫ ଜଣ ଯୁବକ ୨ ଟି ବାଇକରେ ଯାଇ ଏହି ଲୁଟ୍ କରିଥିବା ବେଳେ ସେଥି ମଧ୍ୟରୁ ୨ ଜଣ ଯୁବକ ଭୁବନ ଗରଡା ଓ ଲିଙ୍ଗରାଜ ମଲ୍ଲିକ ଗିରଫ ହୋଇଛନ୍ତି। ଏହି ୨ ଜଣଙ୍କ ଠାରୁ ୪୪ ହଜାର ୭ ଶହ ଟଙ୍କା ଜବତ କରାଯାଇଛି।
ସେହିପରି ଭାବେ ଟ୍ରକ ଡ୍ରାଇଭରକୁ ମାଡ ମାରି ଟଙ୍କା ଓ ମୋବାଇଲ ଲୁଟ ମାମଲା ରେ ହେମନ୍ତ ଦୀପ ଓ ବରକର ଅଲ୍ଲି ବାଗ ଗିରଫ ହୋଇଛନ୍ତି। ଏମାନଙ୍କ ଠାରୁ ୩ ହଜାର ୫ଶହ ଟଙ୍କା ଜବତ ହୋଇଛି। ସେହପରି ଭାବେ ନବରଙ୍ଗପୁର ସହର ଉପକଣ୍ଠ ନବରଙ୍ଗପୁର-ପାପଡାହାଣ୍ଡି ମଧ୍ୟରେ ଗତ ମାର୍ଚ୍ଚରେ ମଇଦଲପୁରର ମେଘନାଦ ବିଷୋୟୀଙ୍କୁ ମାଡ ମାରି ନମ୍ବର ବିହିନ ହୋଣ୍ଡା ସାଇନ ମୋଟର ସାଇକେଲ ଓ ୧୫ ହଜାର ଟଙ୍କା ଲୁଟ୍ ମାମଲା ରେ ମେଘନାଦଙ୍କ ବାଇକ ଟି ଏମାନଙ୍କ ଠାରୁ ଜବତ ହୋଇଛି।
ପ୍ରକାଶ ଥାଉକି ଗତ ଡିସେମ୍ବର ୨୨ ତାରିଖ ରେ ପୂର୍ବତନ ବିଧାୟକ ସଦନ ନାୟକ ପେଟ୍ରୋଲ ପମ୍ପ ରୁ ୨ ଲକ୍ଷ ୫୫ ହଜାର ଟଙ୍କା ଧରି ଫେରୁଥିବା ବେଳେ ହିର୍ଲି ଠାରେ ୨ ଜଣ କଳା ମୁଖା ଧାରୀ ଦୁର୍ବୃତ୍ତ ଚଳନ୍ତା ଗାଡି ରୁ ଟଙ୍କା ମୁଣି ଧରି ଚମ୍ପଟ ମାରିଥିଲେ। ଏ ଘଟଣା ରେ ନବରଙ୍ଗପୁର ଥାନା ରେ କେସ ନଂ ୨୪୧/୧୮ ରେ ମାମଲା ରୁଜୁ ହୋଇଥିଲା।