ଚଳନ୍ତା ଯାତ୍ରୀବାହୀ ବସ୍‌ରୁ ବାହାରିଗଲା ଚାରିଟି ପଛ ଚକା

ନବରଙ୍ଗପୁର:  ବୁଧବାର ସକାଳ ପ୍ରାୟ ୯ଟା ବେଳେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ମହେନ୍ଦ୍ରୀ ନିକଟରେ ଗୋଟାଏ ଯାତ୍ରୀବାହୀ ବସ୍‌ର ଚାରିଟିଯାକ ପଛ ଚକା ବାହାରିଯିବାରୁ ଦୁଇ ଜଣ ଲୋକ ସମାନ୍ୟ ଆହତ ହୋଇଛନ୍ତି।

ଏମ୍‌. ଏସ୍‌. ବି. ନାମକ ସେ ଘରୋଇ ବସ୍‌ଟି ୩୯ ନମ୍ବର ଜାତୀୟ ରାଜପଥରେ ଉମରକୋଟରୁ ଯାତ୍ରୀମାନଙ୍କୁ ନେଇ ଶିମିଳିଗୁଡ଼ା ଅଭିମୁଖେ ଯାଉଥିଲା। କୌଣସି କାରଣରୁ ଗାଡ଼ିର ଚାରିଟିଯାକ ପଛ ଚକା ବାହାରି ଯାଇ ରାସ୍ତାକଡ଼ ବିଲ ମଧ୍ୟକୁ ଗଡ଼ିଯାଇଥିଲା। ଯୋଗକୁ ଗତି ଧୀର ଥିଲା ଓ ଡ୍ରାଇଭର୍‌ ବସ୍‌ଟିକୁ ରାସ୍ତାକଡ଼କୁ ଘେନି ଆସିଥିବାରୁ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି।

ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ସମସ୍ତ ଯାତ୍ରୀ ନିରାପଦରେ ବାହାରି ଯାଇଛନ୍ତି।

ପାପଡ଼ାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର