ନବରଙ୍ଗପୁର: ବିଦ୍ୟୁତ୍‌ ତା’ର ସଂସ୍ପର୍ଶରେ ଆସି ୪ ବଳଦର ମୃତ୍ୟୁ

ଝରିଗାଁ/ନବରଙ୍ଗପୁର: ଝରିଗାଁ ଓ ଏହାର ଆଖପାଖ ଅଂଚଳରେ ବୁଧବାର ରାତି ପ୍ରବଳ ଝଡ଼ତୋଫାନ ଯୋଗୁଁ ବିଦ୍ୟୁତ୍‌ ତା’ର ଝିଣ୍ଡିଛି। ଫଳରେ ୪ଟି ବଳଦର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ ନୂଆଗାଁ ଗ୍ରାମର ଲକ୍ଷାଧର ସମରଥ ଏବଂ ଗଇର ସିଂ ମାଝୀଙ୍କର ମୋଟ ୪ଟି ବଳଦର ମୃତ୍ୟୁ ଘଟିଛି। ବଳଦମାନେ ଗୁରୁବାର ସକାଳୁ ଘାସ ଚରିବାକୁ ଯାଇଥିଲେ। ନୂଆଗାଁ-ପେଟଫୁଲା ରାସ୍ତାକଡ଼ରେ ପଡ଼ିଆ ମଧ୍ୟକୁ ଘାସ ଚରିବାକୁ ପଶିଥିଲେ। ପୂର୍ବରୁ ପଡ଼ିଆରେ ୧୧ କେଭି ତା’ର ଛିଣ୍ଡି ପଡ଼ିଥିଲା। ତା’ରରେ ବିଦ୍ୟୁତ ସରବରାହ ପ୍ରବାହିତ ହେଉଥିଲା। ଚାରି ବଳଦର ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର