ପୋଡିଯାଇ ଯୁବତୀର ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକବୁଦୁରପାରା ଗାଁର ଯୁବତୀ ରତନ ଭତ୍ରା(୧୮) ପୋଡିଯାଇ ମୃତ୍ୟ ବରଣ କରିଛନ୍ତି।ସେ କିରାସିନି ଢ଼ାଳି ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହୋଇଛି।  ଗୁରୁତର ଅବସ୍ଥାରେ  ଅପରାହ୍ନ ୧ଟା ରେ ଉମରକୋଟ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡି ଯାଇଥିଲା । ଉମରକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ରତନଙ୍କୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ମେଡିକାଲକୁ ରିଫେର କରାଯାଇଥିଲା। ନବରଙ୍ଗପୁର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର