ଅଚିହ୍ନା ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ତେନ୍ତୁଳିଖୁଣ୍ଟିି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତର ଡେଙ୍ଗପଦର-କଣ୍ଟାଗାଁ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରୁ ପୁଲିସ ଜଣେ ଅଚିହ୍ନା ଯୁବକଙ୍କୁ ଶବ ଉଦ୍ଧାର କରିଛି। ମୃତ ଯୁବକଙ୍କ ଡାହାଣ ହାତରେ ଏମ+ସି ବୋଲି ଟାଟୁ ରହିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳେ ଡେଙ୍ଗପଦର-କଣ୍ଟାଗାଁ ରାସ୍ତାର ଡମ୍ବରୁ ଦାଣ୍ଡୁଆଙ୍କ ଜମି ନିକଟରେ ଥିବା ଏକ ବଟ ବୃକ୍ଷରେ ଜଣେ ଯୁବକଙ୍କ ଶବ ଝୁଲୁଥିବା ସ୍ଥାନୀୟ କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ତେନ୍ତୁଳିଖୁଣ୍ଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନବରଙ୍ଗପୁର ମେଡିକାଲ ପଠାଇଥିଲା। ଖବର ଲେଖା ହେବା ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ ଯୁବକଙ୍କ ବୟସ ପ୍ରାୟ ୩୦ବର୍ଷ ହେବ ବୋଲି ଏସ୍‌ଆଇ ଅଭିମନ୍ୟୁ ଦୁର୍ଗା ସୂଚନା ଦେଇଛନ୍ତି। ଗତ ରାତିରେ ଯୁବକ ଜଣକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିଛି। ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ କେଶ୍‌ ନଂ-୮/୧୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ପାତ୍ର ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର