ଝରିଗାଁ (ରମେଶ ପଟ୍ଟନାୟକ):ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡ଼ାସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଲେଖ ଚରଣ ଭକ୍ତ ଗତକାଲି ଠାରୁ ନିଖଜ ଥିବା ବେଳେ ପରିବାର ପକ୍ଷରୁ ଆଜି ଝରିଗାଁ ଥାନାରେ ଲିଖିତ ଜଣାଇଛନ୍ତି।
ସୂଚନା ପ୍ରକାରେ ପ୍ରଧାନଶିକ୍ଷକ ଶ୍ରୀ ଭକ୍ତଙ୍କୁ ଚଳିତ ବର୍ଷ ଦଶମ ପରୀକ୍ଷା ପାଇଁ ଝରିଗାଁ ବ୍ଲକ ଅନ୍ତର୍ଗତ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଅଛି। ଗତକାଲ ଶ୍ରୀ ଭକ୍ତ ସ୍ବଭାବିକ ଭାବେ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସମସ୍ତ କାମ ଶେଷ କରି ଦିନ ୧୨ ଘଣ୍ଟା ୧୦ ମିନିଟରେ ବାହାରିଥିଲେ। ତେବେ ଶ୍ରୀ ଭକ୍ତ ଉମରକୋଟ ସହର ନିକଟସ୍ଥ ବଡ଼ଭରଣ୍ଡି ଗ୍ରାମରେ ରହୁଥିବା ବେଳେ ଘରେ ପହଞ୍ଚି ନାହାନ୍ତି। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ। ଶେଷରେ ଆଜି ଅଲେଖ ଚରଣ ଭକ୍ତଙ୍କ ଭାଇ ବାଲ୍ୟ ଭକ୍ତ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଆହୁରି ପଢ଼ନ୍ତୁ: Health: ନବରଂଗପୁର ଜିଲ୍ଲାର ୭ଟି ବ୍ଲକରେ କେବେ କାର୍ଯ୍ୟକାରୀ ହେବ ଅଲଟ୍ରାସ୍କାନ୍ ସୁବିଧା?
ଝରିଗାଁ ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ପ୍ରଧାନଶିକ୍ଷକଙ୍କୁ ଖୋଜିବା ଆରମ୍ଭ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳି ପରି ନାହିଁ ତେଣୁ ପରିବାର ଲୋକେ ମଧ୍ୟ ଚିନ୍ତାରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/22/qqjpg-2026-02-22-20-04-22.jpeg)