ଝରିଗାଁରେ ବାଦଲ ଫଟା ବର୍ଷା: ପେଟଫୁଲା ନାଳ ଓ ଡ଼ାଇନିଗୁଡା ନଦୀ ଉପରେ ବର୍ଷାପାଣି

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଗତ କିଛିଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବା ଆଜି ସକାଳୁ କରମରୀଠାରୁ ବେଳଗାଁ ଯିବା ରାସ୍ତାରେ ଥିବା ପେଟଫୁଲା ନଦୀ ଉପରେ ବର୍ଷା ପାଣି ନାଳ ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ବର୍ତ୍ତମାନ ନାଳ ଉପରେ ବର୍ଷାପାଣି ଅଳ୍ପ ପ୍ରବାହିତ ହେଉଥିବା ବେଳେ ଏକ ଘଂଟା ଧରି ବର୍ଷା ଜାରି ରହିଲେ ଏହି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

ସେହିପରି କୁଟ୍ରିଛାପର ପଂଚାୟତ ଅନ୍ତର୍ଗତ ରିବିନିଗୁଡା ଗ୍ରାମଠାରୁ ଲୁକାଗୁଡା ଗ୍ରାମ ଯିବା ରାସ୍ତା ବର୍ଷା ପାଣିରେ ନଷ୍ଟ ହୋଇଥିବା ସୂଚନା ମିଳିଛି।ସେହିପରି କୁଟ୍ରିଛାପର ପଂଚାୟତ ଡ଼ାଇନିଗୁଡା ଗ୍ରାମଠାରୁ ଚଚା ଯିବା ରାସ୍ତାରେ ଥିବା ଡ଼ାଇନିଗୁଡା ନଦୀ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବା ସୂଚନା ମିଳିଛି। ଆଉ କିଛି ଘଣ୍ଟା ବର୍ଷା ହେଲେ ଯୋଗାଯୋଗ ବିଛିନ୍ନ ହେବାର ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର