ନବରଙ୍ଗପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ’ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ର ମହତ୍ସୋବ ଜାରି ରହିଛି। ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାଁଙ୍କ ଦର୍ଶନ କରୁଛନ୍ତି।
ଏହି ଗହଳି ମଧ୍ୟରେ ଦୁଇ ଜଣ ଭକ୍ତ ନିଜ ହାତରେ ପିନ୍ଧିଥିବା ରୁପା ବ୍ରେସଲେଟକୁ ପକାଇ ଦେଇଥିଲେ। ଗୋଟିଏ ମନ୍ଦିର ପରିସରରେ ଓ ଅନ୍ୟଟି ମନ୍ଦିର ବାହାରେ। ଏଠାରେ କାର୍ଯ୍ୟରତ ଥିବା ହୋମଗାର୍ଡ ଏ. ମହେଶ ଦୁଇଟି ଯାକ ରୁପାର ଚେନ୍ ପାଇଥିଲେ। ଉଭୟ ଚେନ୍ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରଚାର ଓପ୍ରସାର କରାଇଥିଲେ। ଏହା ପରେ ଗୋଟିଏ ଚେନ୍ କଳାହାଣ୍ଡିର ପଡେଇପଦରର ଜୟ କିଶୋର ମାଝୀଙ୍କର ବୋଲି ସେ ନିଜେ ଆସି ନେଇକି ଯାଇଥିଲେ।
ଅନ୍ୟ ରୁପା ଚେନର ବ୍ୟକ୍ତି ବିଶେଷ ଜଣକ ଆସି ନେଇଥିଲେ ହେଁ ସାମାଜିକ ପ୍ରତିଷ୍ଟା ଓ ଲୋକଲଜ୍ଜାକୁ ଦୃଷ୍ଟିରେ ରଖି ତାଙ୍କ ନାଁ ଲେଖିବାକୁ ମନା କରିଥିଲେ। ତେବେ ହୋମଗାର୍ଡ ମହେଶଙ୍କ ବଦାନ୍ୟତାକୁ ନେଇ ସାଧାରଣରେ ପୁଲିସର ସହଯୋଗକୁ ନେଇ ଭୂୟସୀ ପ୍ରଶାଂସା କରାଯାଇଛି।
Nabarangpur Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/26/ngp-2025-09-26-20-56-02.jpg)