ନବରଙ୍ଗପୁର: ଗତମାସରେ ଜଗନ୍ନାଥ ମନ୍ଦିର ଛକରେ ଥିବା ପୂଜା ଇନ୍ ଭେଜ୍ ହୋଟେଲରେ ଅଗ୍ନିକାଣ୍ଡ ହୋଇଥିଲା। ଏହାର ପୁନଃ ଉଦ୍ଧାର କରାଯିବା ପରେ ଏହି ହୋଟେଲ ନବୀକରଣ କରାଯାଇ ପୁନଃ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ହୋଟେଲ ମାଲିକ ବିଭୁତି ଭୂଷଣ ଲେଙ୍କା ଏକ ଅଭିନବ ପ୍ରୟାସ କରି ମହାନତା ଦେଖାଇଛନ୍ତି।
ଉତ୍କଳ ବାଳାଶ୍ରମ ୟୁନିଟ ୨ର ଅନାଥ ବାଳିକା, ସିନ୍ଧିଗୁଡା ବାଳାଶ୍ରମର ଶିକ୍ଷାର୍ଥୀ ଏବଂ ମ୍ୟୁନିସିପାଲିଟି କଲୋନୀର ଗରିବ ପିଲାଙ୍କୁ ହୋଟେଲରେ ବସାଇ ଖାଦ୍ୟ ସହ ପାଠ୍ୟ ସାମଗ୍ରୀ ଆଦି ପ୍ରଦାନ କରି ନିଜ ମହାନତା ଦେଖାଇଥିଲେ। ପିଲାଙ୍କ ପାଇଁ ପ୍ରସ୍ତୁତି ହୋଇଥିଲା ଭଳିକି ଭଳି ବ୍ୟଞ୍ଜନ ବରା, ଆଳୁଚପ, ଦୋସା, ପେସେରେଟ, ବିଭିନ୍ନ ପ୍ରକାରର ମିଠା, ରସାବଳୀ, ଭାତ, ଡାଲଫ୍ରାଇ, ବଟର ପନିର, ଚିପ୍ସ, ପୋଟଳ ରୋସା ଏବଂ ଅନ୍ୟାନ୍ୟ ଖାଦ୍ୟ।
ଏହି ଅବସରରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, କାଉନସିଲର ଏ ସତୀଶ ଏବଂ ବରିଷ୍ଠ ଆଇନଜୀବୀ ଝଡ଼େଶ୍ୱର ଖଡେଙ୍ଗା ଆଦି ଏଥିରେ ଯୋଗ ଦେଇଥିଲେ। ସମସ୍ତ ଛାତ୍ର ଛାତ୍ରୀ ଖାଦ୍ୟ ଗ୍ରହଣ କଲା ପରେ ସମସ୍ତ ଅତିଥି ଏବଂ ହୋଟେଲ ମାଲିକଙ୍କ ଦ୍ୱାରା ତାଙ୍କୁ ପ୍ରଦାନ କରାଯାଇଥିଲା ସୁନ୍ଦର ଉପହାର।
Nabarangpur