ନବରଙ୍ଗପୁର (ସୁରେଶ ନାଇଡୁ): ମା’ ଓ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, କୁପୋଷଣ ଏବଂ ରକ୍ତହୀନତା ଦୂର କରିବା, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଲକ୍ଷ୍ୟ ସହ ମହିଳାଙ୍କୁ ସଶକ୍ତ କରିବା ପାଇଁ ଏବେ ଏକାଠି ହୋଇଛି ରାଜ୍ୟ ସରକାରଙ୍କ ‘ମମତା’ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ଯୋଜନା।ଏବେ ‘ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ନାମରେ ନୂଆ ଯୋଜନା କାର୍ଯ୍ୟକାରୀ ହୋଇଛି। ଝିଅ ଜନ୍ମ ହେଲେ ଏହି ଯୋଜନା ଅଧୀନରେ ୧୨ ହଜାର ଟଙ୍କା ଏବଂ ପୁଅ ଜନ୍ମ ହେଲେ ୧୦ ହଜାର ଟଙ୍କା ମା’ ମାନଙ୍କୁ ପ୍ରଦାନ କରାଯିବ। ଜିଲ୍ଲାରେ ୧୭,୧୧୦ ଗର୍ଭବତୀ ମହିଳା ପଂଜୀକୃତ କରିଥିବା ବେଳେ ସେଥିରୁ ୧୧,୪୭୪ଜଣ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୫୬୩୬ କଟିଯାଇଛନ୍ତି ବୋଲି କହିଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦୈପଦୀ କହଁର ଓ ଯୋଜନା ଜିଲ୍ଲା ସଂଯୋଜକ ବିଶ୍ବଜିତ ମହାନ୍ତି। ଜିଲ୍ଲାର ୧୦ବ୍ଲକରେ ସର୍ବାଧିକ ଉମରକୋଟ ବ୍ଲକରେ ୨୬୨୨ଜଣ ପଂଜୀକରଣ ମଧ୍ୟରୁ ୧୭୫୯ଚୟନ ହୋଇ ପ୍ରଥମ କିସ୍ତି ନେଇଥିବା ବେଳେ ଦ୍ବିତୀୟ ୧୦୦୬ଜଣ ନେଇଛନ୍ତି।

Advertisment

ଚନ୍ଦାହାଣ୍ଡି ବ୍ଲକରେ ୧୧୬୮ଜଣଙ୍କ ମଧ୍ୟରୁ  ୮୨୦ଯୋଗ୍ୟ ପ୍ରଥମ କିସ୍ତି ଓ ଦ୍ବିତୀୟ ୫୧୭ଜଣ , ଡାବୁଗାଁ ବ୍ଲକରେ ୧୦୬୬ଜଣଙ୍କ ମଧ୍ୟରୁ  ୬୬୨ଯୋଗ୍ୟ ପ୍ରଥମ କିସ୍ତି ଓ ଦ୍ବିତୀୟ ୪୪୭ଜଣ, ଝରିଗାଁ ବ୍ଲକରେ ୨୦୯୬ଜଣଙ୍କ ମଧ୍ୟରୁ ୧୪୦୧ ଯୋଗ୍ୟ ପ୍ରଥମ କିସ୍ତି ଓ ଦ୍ବିତୀୟ ୧୦୫୭ ଜଣ, କୋଷାଗୁମୁଡା ବ୍ଲକରେ ୨୨୮୨ ଜଣଙ୍କ ମଧ୍ୟରୁ ୧୪୮୨ ଯୋଗ୍ୟ ପ୍ରଥମ କିସ୍ତି ଓ ଦ୍ବିତୀୟ ୮୦୪ ଜଣ, ନବରଙ୍ଗପୁର ବ୍ଲକରେ ୧୩୧୬ ଜଣଙ୍କ ମଧ୍ୟରୁ ୯୫୮ଯୋଗ୍ୟ ପ୍ରଥମ କିସ୍ତି ଓ ଦ୍ବିତୀୟ ୬୦୨ଜଣ, ନନ୍ଦାହାଣ୍ଡି ବ୍ଲକରେ ୯୪୫ଜଣଙ୍କ ମଧ୍ୟରୁ  ୬୬୩ଯୋଗ୍ୟ ପ୍ରଥମ କିସ୍ତି ଓ ଦ୍ବିତୀୟ ୪୦୧ଜଣ, ପାପଡାହାଣ୍ଡି ବ୍ଲକରେ ୧୯୭୦ଜଣଙ୍କ ମଧ୍ୟରୁ  ୧୨୯୫ଯୋଗ୍ୟ ପ୍ରଥମ କିସ୍ତି ଓ ଦ୍ବିତୀୟ ୯୪୫ଜଣ ,ରାଇଘର ବ୍ଲକରେ ୨୪୭୮ଜଣଙ୍କ ମଧ୍ୟରୁ  ୧୬୫୯ଯୋଗ୍ୟ ପ୍ରଥମ କିସ୍ତି ଦ୍ବିତୀୟ ୧୦୯୫ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୧୧୬୭ଜଣ ପଂଜୀକରଣ କରିଥିବା ବେଳେ ୭୭୦ଚୟନ ହୋଇ ପ୍ରଥମ କିସ୍ତି ନେଇଥିବା ବେଳେ ଦ୍ବିତୀୟ ୪୦୬ଜଣ ନେଇଛନ୍ତି।

ପ୍ରଥମ କିସ୍ତି ୧୧,୪୭୪ଜଣ

ପ୍ରଥମ କିସ୍ତି ୧୧,୪୭୪ଜଣ ନେଇଥିବା ବେଳେ ଦ୍ବିତୀୟ କିସ୍ତି ୭୨୮୦ଜଣ ନେଇଛନ୍ତି। ୪୧୯୪ଜଣ ମା କାହିଁକି ଦ୍ବିତୀୟ କିସ୍ତି ନେଇ ନାହାନ୍ତି ଜିଲ୍ଲାର ସମସ୍ତ ୧୦ବ୍ଲକର ସିଡିପିଓ ଓ ସୁପରଭାଇଜରଙ୍କୁ ରିପୋର୍ଟ ମଗାଯାଇଛି ବୋଲି ଡିଏସଡବ୍ଲୁଓ କହିଛନ୍ତି। ‌ଯୋଜନାରେ ଗର୍ଭଧାରଣର ୩ମାସ ମଧ୍ୟରେ ୬ହଜାର ଓ ଝିଅ ଜନ୍ମ ହେଲେ ଆଉ ୬ହଜାର ଏବଂ ପୁଅ ଜନ୍ମ ହେଲେ ୪ହଜାର ଦିଆଯାଉଛି ବୋଲି କହିଛନ୍ତି ଡିଏସଡବ୍ଲୁଓ। ସେହିପରି ଆଦିମ ଜନଜାତି ବା ପିଭିଟିଜି ବର୍ଗର ମହିଳାମାନେ ଏହି ଯୋଜନାରେ ପ୍ରଥମ ୨ଟି ସନ୍ତାନ ପରେ ମଧ୍ୟ ଏହି ସହାୟତା ପାଇପାରିବେ। ତେବେ  ଅନ୍ୟ ବର୍ଗ ୨ଟି ସନ୍ତାନ ପରେ ଏହି ଯୋଜନାର ଲାଭ ପାଇବେ ନାହିଁ ବୋଲି ଡିଏସଡବ୍ଲଓ କହିଛନ୍ତି। ଏହି ଯୋଜନାର ସମୀକ୍ଷା କରି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଯୋଗ୍ୟ ମହିଳା ବାଦ୍ ଯେଭଳି ପଡିବେ ନାହିଁ ସେ ଦିଗରେ ଦୃଷ୍ଟି ଦେବାକୁ କହିଥିଲେ। ସେଭଳି କିଛି ଅଭିଯୋଗ ଆସିଲେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ।