ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାଇଁ ଏକଦା ଆଶୀର୍ବାଦ ସାଜିଥିବା ଚିରସ୍ରୋତା ଇନ୍ଦ୍ରାବତୀ ନଦୀ ଏବେ ବିପଦ ସାଜିବାରେ ଲାଗିଛି। ଇନ୍ଦ୍ରାବତୀ ଜନବସତି ଆଡ଼କୁ ମାଡ଼ି ଆସୁଛି। ବିଭିନ୍ନ କାରଣରୁ ନଦୀର ଗତିପଥରେ ପରିବର୍ତ୍ତନ ଯୋଗୁ ନଈକୂଳିଆ ଗ୍ରାମବାସୀଙ୍କ ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି। ନବରଙ୍ଗପୁର, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ଓ କୋଷାଗୁମୁଡା ବ୍ଲକ ଦେଇ ଏହି ନଦୀ ପ୍ରବାହିତ ହୋଇଛି। ନଦୀଟି ଗତ କିଛି ବର୍ଷ ହେବ ଏହାର କୂଳଖାଇବା ସହ ଗାଁ ଗୁଡିକ ଆଡକୁ ମୁହାଁଇଛି।
ନଦୀର ଗତିପତ ପରିବର୍ତ୍ତନ ସହ ଧୀରେଧୀରେ ଆକାରରେ ପରିବର୍ତ୍ତନ ହେବା ସହ ଅଙ୍କବଙ୍କା ହେବା ଏବଂ ବସତି ଓ ବିଭିନ୍ନ ପସଲ ଚାଷ କରୁଥିବା ଜମିଆଡ଼କୁ ମୁହାଁଉଛି। ନବରଙ୍ଗପୁର ବ୍ଲକର ସିନ୍ଧିଗୁଡା, ନନ୍ଦାହାଣ୍ଡି ବ୍ଲକର ସାନ ଓ ବଡ ଡାଇଭଟ୍ଟା, କୋଷାଗୁମୁଡ଼ା-ନବରଙ୍ଗପୁର ବ୍ଳକ ସୀମାରେ ଥିବା ବଡମସିଗାଁର ବଟିଗୁଡ଼ା ଓ କୋଷାଗୁମଡ଼ା ବ୍ଲକ ଚିର୍ମା ପଞ୍ଚାୟତ ଖଣ୍ଡି ବାଗଦରୀ ଗାଁରେ ବେଶି ମାତ୍ରାରେ ଦେଖିବାକୁ ମିଳୁଛି। ଇନ୍ଦ୍ରବାତୀ ନଦୀରେ ଦୀର୍ଘଦିନ ହେଲା ଗାଁଗଣ୍ଡା ଲୀନ ହେଉଛି। କେଉଁଠି ଚାଷ ଜମିକୁ ନଦୀ ଖାଇଯାଉଛି ତ କେଉଁଠି ଗାଁର ମୁଖ୍ୟରାସ୍ତା ନଦୀରେ ଧସିଯାଇ ପାଦଚଲା ରାସ୍ତାରେ ପରିଣତ ହୋଇଯାଉଛି। କିଛି ଗାଁ ନିକଟରେ ଇନ୍ଦ୍ରାବତୀ ବଙ୍କା ହୋଇ ପ୍ରବାହିତ ହେଉଛି। ଗାଁ ଗୁଡିକ ନଦୀର ତଳମୁଣ୍ଡରେ କୂଳକୁ ଲାଗିରହିଛି। ବର୍ଷାଋତୁ ଆସିଲେ ଗ୍ରାମବାସୀ ଆତଙ୍କିତ ହୋଇପଡୁଛନ୍ତି।
ବର୍ଷାଦିନେ ଉପରମୁଣ୍ଡରୁ ପାଣି ଆସି ତଳମୁଣ୍ଡରେ ପ୍ରବଳ ଜଳ ପ୍ରବାହିତ ହେଉଛି। ପ୍ରତିବର୍ଷ ପାଣିର ସ୍ରୋତରେ ନଦୀକୂଳ ଲଂଘି ଗାଁ ଆଡକୁ ମାଡିମାଡ଼ି ଆସୁଛି। ଏହା ନଦୀର ବଙ୍କା ଅଞ୍ଚଳ ହୋଇଥିବାର ବନ୍ୟାପାଣି କଳରେ ପିଟିହୋଇ ମାଟି ଅତଡା ଧସି କ୍ରମଶଃ କୂଳ ଖାଇ ଚାଲିଛି। ବର୍ଷା ଋତୁରେ ନଦୀ ଫୁଲି ଉଠିବା ଦ୍ୱାରା କୂଳରେ ଥିବା ରାସ୍ତା ନଷ୍ଟ ହୋଇଗଲାଣି। ଧୀରେଧୀରେ ଗାଁ ଭିତରକୁ ନଦୀ ପଶିଆସୁଛି। ଖଣ୍ଡି ବାଗଦରି ଗାଁକୁ ୫ ବର୍ଷ ତଳେ ବସ ଚଳାଚଳ କରୁଥିଲା । ନଦୀ ପାର୍ଶ୍ଵ ରାସ୍ତା ଧସିଯାଉଥିବାରୁ ବସ୍ ଆଉ ଚଳାଚଳ କରୁନାହିଁ ।
ଲୋକଙ୍କ ସୁରକ୍ଷା ପାଇଁ ବହୁବାର ପ୍ରଶାସନକୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀମାନେ କହିଛନ୍ତି। ଜଳସେଚନ ବିଭାଗ ପକ୍ଷରୁ ପୂର୍ବରୁ ନଦୀକୂଳ ଓଘାଇ ଅଂଚଳ ପରିଦର୍ଶନ କରି ପଥର ପ୍ୟାକିଂ କରୁଥିଲେ। ଘାଇ ଅଂଚଳରେ ମାଟି ଓ ବାଲି ବସ୍ତା ପକାଉଥିଲେ। କିନ୍ତୁ ଏହି ବର୍ଷ ସେଭଳି କିଛି ହେବା ଲକ୍ଷ୍ୟକୁ ଆସିନାହିଁ ବୋଲି ଦେବରାଜ ଭତରା, ବାବୁଲି ମିଶ୍ର, ତପନ୍ ସ୍ବାଇଁ, ନିଳମ୍ବାର ଜାନୀଙ୍କ ସହ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ନଦୀର ଗତିପଥକୁ ସମ୍ପୁର୍ଣ୍ଣ ରୁପେ କ୍ଷେତ୍ର ପରିଦର୍ଶନ କରି ଜଳସେଚନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜଳସଚେନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପଦ୍ମଚରଣ ବେହେରା।
Indrabati river | Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/05/ngp-indravati-1-2025-08-05-22-49-09.jpg)