କୋଷାଗୁମୁଡ଼ା: ଦୁର୍ଘଟଣାଜନୀତ ମୃତ୍ୟୁକୁ ନେଇ ଉତ୍ତେଜନା । ଦୁର୍ଘଟଣା ଘଟାଇଥିବା ଜେସବି ଜାଳିଦେଲେ ସମ୍ପର୍କୀୟ ଓ ଉତ୍ତ୍ୟକ୍ତ ଲୋକ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ଅଭାବନୀୟ ଘଟଣା । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ବି ଏମ ସେମଳା ଗ୍ରାମର ଦେବେନ୍ଦ୍ର ମାଳି ନାମକ ଜଣେ ବ୍ୟବସାୟୀ ବାଗଟିଗୁଡ଼ା ଗ୍ରାମରେ ଥିବା ନିଜ ଦୋକାନ ପାଇଁ ଜିନିଷ ଆଣି କୋଷାଗୁମୁଡାରୁ ବାଇକ ଯୋଗେ ଫେରୁଥିଲେ। ସେତିକି ବେଳେ କୋଣ୍ଡାପୁରୀ ରାସ୍ତା ପାର୍ଶ୍ୱବର୍ତୀ ପୋଖରୀ ନିକଟରେ ରାସ୍ତା କାମରେ ନିୟୋଜିତ ଥିବା ଏକ ଜେସିବି ଧକ୍କା ଦେବା ଫଳରେ ବାଇକ ଆରୋହୀ ଦେବେନ୍ଦ୍ର ମାଳି ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ କୋଷାଗୁମୁଡା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାଫଳରେ ଉତ୍ତ୍ୟକ୍ତ ପରିବାର ଓ ଗ୍ରାମବାସୀମାନେ ଦୁର୍ଘଟଣା ଘଟାଇଥିବା ଜେସିବିକୁ ଜାଳି ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲା।
କୋଷାଗୁମୁଡ଼ାରେ ଦୁର୍ଘଟଣା ଘଟାଇଥିବା ଜେସିବି ମେସିନକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
/sambad/media/post_attachments/wp-content/uploads/2022/04/maxresdefault.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)