ଜେଏମଏଫସି କୋର୍ଟ ନିମନ୍ତେ ସ୍ଥାନ ଚିହ୍ନଟ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଠାରେ ଜେଏମ୍‌ଏଫସି କୋର୍ଟ ପ୍ରତିଷ୍ଠା ନିମନ୍ତେ ସ୍ଥାନ ଚିହ୍ନଟ ହୋଇଛି। ଆଜି ଚନ୍ଦାହାଣ୍ଡି ଭାରପ୍ରାପ୍ତ ତହସିଲଦାର ତାପସ ଭୋଇ ସିନାପାଲି ମୈାଜାରେ କୋର୍ଟ ନିମନ୍ତେ ସ୍ଥାୟୀ ଗୃହ ନିର୍ମାଣ ସକାଶେ ସ୍ଥାନ ଚିହ୍ନଟ କରି ନାଲି ପତାକା ପୋତି ଥିବା ଦେଖିବାକୁ ମିଳିଛି । ଏନେଇ ଅତିରକ୍ତ ତହସିଲଦାରଙ୍କ ନେତୃତ୍ୱରେ ଥାନା ଅଧିକାରୀ ପ୍ରଦୀପ ମହନ୍ତ,ରାଜସ୍ୱ ନିରୀକ୍ଷକ ଶିବରାମ ରାଉତ ,ଅନୁପ ସାହୁ , ପନକା ପ୍ରମୂଖ ସିନାପାଲି ମୈାଜାକୁ ଯାଇ ୩ ଏକର ଜାଗା ଚିହ୍ନଟ କରିଛନ୍ତି। । ଏହାର ଏକ ଟ୍ରେସ ମ୍ୟାପ ନବରଙ୍ଗପୁର ଜିଲ୍ଲା ଜଜ୍‌ଙ୍କୁ ପ୍ରେରଣ କରାଯିବ ବୋଲି ବିଡିଓ ତାପସ ଭୋଇ ପ୍ରକାଶ କରିଛନ୍ତିା ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଜିଲ୍ଲା ଜଜ୍‌ ରାଜେନ୍ଦ୍ର ପାଣିଗ୍ରାହୀ ଏବଂ ରେଜିଷ୍ଟ୍ରାର ଶିବ ପ୍ରସାଦ ମହାପାତ୍ର ଚନ୍ଦାହାଣ୍ଡି ବ୍ଲକ ମହକୁମାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସିନାପାଲି ନିକଟସ୍ଥ ଜାଗାକୁ କୋର୍ଟ ନିର୍ମାଣ ପାଇଁ ଏବଂ ଏବଂ ତହସିଲ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଧୁରୁଆପଡା ମୈାଜାର ୮୦ ଡେସିମିଲ ଜାଗାରେ ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ ପାଇଁ ଚିହ୍ନଟ କରି ଟ୍ରେସ ମ୍ୟାପ ପ୍ରଦାନ ନିମନ୍ତେ ତହସିଲଦାରଙ୍କୁ କହିଥିଲେ । ଏଥିସହ ସରକାରୀ ଗେଷ୍ଟ ହାଉସ ନିମନ୍ତେ ୮ ଏକର ଜାଗା ଚିହ୍ନଟ କରାଯାଇଥିବା ତହସିଲଦାର କହିଛନ୍ତି।

ସମ୍ବନ୍ଧିତ ଖବର