ପାପଡାହାଣ୍ଡି :  ନବରଙ୍ଗପୁର ଜିଲ୍ଳା ପାପଡାହାଣ୍ଡି ବ୍ଲକର ତୁମର୍ଲା ନିକଟରେ ଜାତୀୟ ରାଜପଥ ରେ ଏକ ବିଦ୍ୟୁତ ଖୁଣ୍ଟକୁ ଟ୍ରାକ୍ଟର ଧକ୍କା ଦେଲା। ଘଟଣା ସ୍ଥଳରେ ଜଣେ ଶ୍ରମିକ ମୃତ ହୋଇଥିବା ଜଣାପଡିଛି। ପାପଡାହାଣ୍ଡିର  ଏକ ଟ୍ରାକ୍ଟର ମେଟେଲ ଆଣିବା ପାଇଁ ତୁମର୍ଲା  ଯାଇଥିଲା। ତୁମର୍ଲା ରୁ ମେଟେଲ ନେଇ ପାପଡାହାଣ୍ଡି ଅଭିମୁଖେ ଆସୁଥିବା ବେଳେ ତୁମର୍ଲ୍ଲା ଫାଣ୍ଡି ଠାରୁ ପ୍ରାୟ ୫ଶହ ମିଟର ଦୁର ରେ ଜାତୀୟ ରାଜପଥ କଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଆଘାତ ଦେଇ ଉକ୍ତ ଖୁଣ୍ଟକୁ ପ୍ରାୟ ୨ଶହ ମିଟର ପର୍ଯ୍ୟନ୍ତ ଘୋଷାଡି ଆଣିଥିଲା। ଏହି ଦୁର୍ଘଟଣା ରେ ସିରିଶି ପଞ୍ଚାୟତର ଶରିଶପଦର ଗାଁର ଟ୍ରାକ୍ଟର ଶ୍ରମିକ ବଧିଆ ଭତରା(୩୫) ମୃତ  ହୋଇଥିବା ଜଣାପଡିଛି।

Advertisment

ଖବର ପାଇ ପାପଡାହାଣ୍ଡି ପୁଲିସ ଓ ତୁମର୍ଲା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଟ୍ରାକ୍ଟରରେ ଡ୍ରାଇଭର ସମେତ ୩ ଜଣ ଶ୍ରମିକ ଇଂଜିନ ରେ ବସିଥିବାର ଅନୁମାନ କରାଯାଉଛି। ଏହି ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ଏହି ଦୂର୍ଘଟଣା ରେ ଶୁରିଶପଦର ଗ୍ରାମର ଆଉ ଜଣେ ଶ୍ରମିକ ଶ୍ରୀଧର ନାୟକ ଆହତ ହୋଇଥିବା ଜଣାପଡିଛି। ଏହି ଘଟଣା ରାତ୍ର ପ୍ରାୟ ୮ଟା୩୦ ରେ ହୋଇଛି । ଖବର ପାଇ ମୃତକ ବଧିଆର ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତକ ବଧିଆକୁ ଗାଡିରୁ ଉଦ୍ଦାର କରିଛନ୍ତି ।