ନବରଙ୍ଗପୁର ଲୋକସଭା ଓ ଏଥିଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ, ନବରଙ୍ଗପୁର, କୋଟପାଡ, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଲାଗି କାଲି ହେବ ମତଦାନ। ଜାଣନ୍ତୁ କେଉଁ ସବୁ ପ୍ରମୁଖ ପ୍ରାର୍ଥୀ ଏଡାରେ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି।
ଦକ୍ଷିଣ ଓଡ଼ିଶାର ଚାରୋଟି ଲୋକସଭା ଏବଂ ସେଥି ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ସେଠାରେ ୨୬ଟି ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୦ ଲକ୍ଷ ଭୋଟର୍। ସେହିପରି ୨୮ ବିଧାନସଭା ଆସନରେ ଲଢ଼ୁଥିବା ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିଦ୍ଧାରଣ ହେବ କାଲି।