ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଶରଧାପୁର ଗ୍ରାମର ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ସେହି ଗ୍ରାମର ପ୍ରେମୀଯୁଗଳ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।
ସୂଚନାରୁ ପ୍ରକାଶ ଶରଧାପୁର ଗ୍ରାମର ଜନୈକା ଯୁବତୀ ଆଜକୁ ବର୍ଷ ତଳେ ନୂଆପଡ଼ା ଜିଲ୍ଲା ସିନାପାଲିରେ ବିବାହ କରିଥିଲେ। ତେବେ ଗତ ପନ୍ଦର ଦିନ ତଳେ ଶରଧାପୁର ଗ୍ରାମର ଜଣେ ଯୁବକ ଉକ୍ତ ଯୁବତୀକୁ ନେଇ କେଉଁ ଆଡେ ଚାଲିଯାଇଥିଲା। ଉଭୟଙ୍କ ପରିବାର ବହୁ ଖୋଜି ଥିଲେ କିନ୍ତୁ ପାଇନଥିଲେ। ଗତକାଲି ବିଳମ୍ବିତ ରାତିରେ ଉଭୟ ଶରଧାପୁର ଗ୍ରାମକୁ ଚାଲି ଆସିଥିଲେ, କିନ୍ତୁ ଶେଷରେ ଉଭୟ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଆଜି ସକାଳେ ଗ୍ରାମବାସୀ ଦେଖିବାକୁ ପାଇଛନ୍ତି।ସକାଳୁ ଏହି ଖବର ପ୍ରଚାର ହେବା ପରେ ସେହିସ୍ଥାନକୁ ଦେଖଣାହାରୀଙ୍କ ସୁଅ ଛୁଟିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/b6dfda53-4b11-44dc-8070-34c6310f2701.jpg)