ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ହତ୍ୟା ସନ୍ଦେହ

ନବରଙ୍ଗପୁର: ତେନ୍ତୁଳିିଖୁଣ୍ଟି ଥାନା ଅର୍ନ୍ତର୍ଗତ ପାତ୍ରପୁର ଫାଣ୍ଡି ଅଧିନରେ ପୋଡାଢ଼ିହ ପାହାଡ ପାଦଦେଶ ନିକଟରେ ଥିବା ଏକ ନାଳରେ ସୋମବାର ଜଣେ ଯୁବତୀର ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣଙ୍କ ପାତ୍ରପୁଟ ପଞ୍ଚାୟତର ମେଙ୍ଗ୍ରା ଗ୍ରାମର ବୋଲି ଜଣାପଡିଛି। ୧୯ ବର୍ଷୀୟ ଉକ୍ତ ଯୁବତୀ ୩ ଦିନ ପୂର୍ବରୁ ନିଖୋଜ ରହିଥିବା ବେଳେ ଆଜି ସଂଧ୍ୟା ପ୍ରାୟ ୫ଟାରେ ଏକ ଗଛରେ ଝୁଲିବା ଅବସ୍ଥାରେ ମୃତଦେହ ରହିଥିବା ଗ୍ରାମ ଲୋକେ ଦେଖିଥିଲେ।

ଖବର ପାଇ ତେନ୍ତୁୁଳିଖୁଣ୍ଟି ଥାନା ଅଧିକାରୀ ବିଶିକେଶନ ନାୟକ, ଏସଆଇ ଅଭିମନ୍ୟୁ ଦୁର୍ଗା, ସ୍ମୃତି ରଂଜନ ମହାନ୍ତିି ଓ ଫାଣ୍ଡି ଅଧିକାରୀ ସୁବାଷ ଚନ୍ଦ୍ର ପାତ୍ର ସଂଧ୍ୟାରେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଏତଲା ଦିଆଯାଇ ନାହିଁ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ହିଁ ଜଣାପଡିବ ବୋଲି ପୁଲିସ କହିଛି।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଥାଇପାରେ। ଏଣୁ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରି ତଦନ୍ତ ହେବା ଦରକାର ବୋଲି ଗାଁ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର