ନବରଙ୍ଗପୁର: ସ୍ଥାନୀୟ ମାଁଭଣ୍ଡାର ଘରଣୀ ମନ୍ଦିର ପରିସରରେ ନବରଙ୍ଗପୁରରୁ ୧୯୮୧ରୁ ପ୍ରକାଶିତ ହୋଇ ଏବେ ରାଜ୍ୟସ୍ତରରେ ମାନ୍ୟତା ଲାଭ କରିଥିବା ପତ୍ରିକା ‘ସୃଜନ ସୀମାନ୍ତ’ର ମହାପୂଜା ସଂଖ୍ୟା ନିରାଡ଼ମ୍ବର ଭାବରେ ଉନ୍ମୋଚିତ ହୋଇଯାଇଛି। ମାଁ ଭଣ୍ଡାରଘରଣୀଙ୍କ ନିକଟରେ ପୂଜା ମାଧ୍ୟମରେ ସମର୍ପିତ ହୋଇ ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହୋଇଥିଲା। ପରେ ସନ୍ଧ୍ୟାରେ ସ୍ଥାନୀୟ ସାଂସ୍କୃତିକ ମଞ୍ଚରେ ଲୋକାର୍ପଣ କରାଯାଇଥିଲା।
ଲୋକାର୍ପଣ ସମାରୋହରେ ସମାଜସେବୀ ଜଗନ୍ନାଥ ମହାପାତ୍ର, ବରିଷ୍ଠ ଅଧିବକ୍ତା ଝାଡ଼େଶ୍ୱର ଖାଡ଼ଙ୍ଗା, ୱାଇ. ପ୍ରଭାକର ପାତ୍ର, ଡ଼ଃ. ରଘୁନାଥ ଶତପଥି, ସୁରେଶ ଚନ୍ଦ୍ର ମିଶ୍ର, ରାମକୃଷ୍ଣ ପାତ୍ର, ଜି. ଭେଙ୍କେଟ ରେଡ୍ଡୀ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ସତ୍ୟନାରାୟଣ ନାୟକ, ପି. ରବିକାନ୍ତ ରଘୁରାମ ଏବଂ ସୁଧିରାଜ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।
ସାନ୍ଧ୍ୟକାଳୀନ ଲୋକାର୍ପଣ ମୁହୂର୍ତ୍ତରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ସମେତ ଭଣ୍ଡାରଘରଣୀ କମିଟିର ସକ୍ରିୟ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ବହୁ ସାହିତ୍ୟ, ସଂସ୍କୃତି କଳାପ୍ରେମୀ ସାମିଲ ହୋଇଥିଲେ। ନବରଙ୍ଗପୁର ଭଳି ସୀମାନ୍ତ ଅଞ୍ଚଳରୁ ଏପରି ପ୍ରସିଦ୍ଧ ସାହିତ୍ୟ ପତ୍ରିକା ପ୍ରକାଶନ ସହ ଏ ଅଞ୍ଚଳର ସାହିତ୍ୟ ସଂସ୍କୃତିର ପ୍ରସାର କରୁଥିବା ଯୋଗୁଁ ସୀମାନ୍ତ ସାହିତ୍ୟ ପରିବାରର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ପ୍ରଶଂସା କରାଯାଇଛି।
Nabarangpur