ମଇଦଲପୁର ଲ୍ୟାମ୍ପରେ ଅବ୍ୟବସ୍ଥା ଅଭିଯୋଗ କରି କାର୍ଯ୍ୟାଳୟ ଘେରାଉ ଓ ଏମଡିଙ୍କ ବିରୋଧରେ ଫାଣ୍ଡିର ଦ୍ବାରସ୍ଥ ହେଲେ ଚାଷୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ମଇଦଲପୁର ଲ୍ୟାମ୍ପ ଏମ୍ ଡିଙ୍କ କାର୍ଯ୍ୟରେ ଅବହେଳା ଅଭିଯୋଗ କରି ଆଜି ମଇଦଲପୁର ଲ୍ୟାମ୍ପ କାର୍ଯ୍ୟାଳୟକୁ ଚାଷୀମାନେ ଘେରାଉ କରିବା ସହ ଏମଡିଙ୍କ ବିରୋଧରେ ମଇଦଲପୁର ଫାଣ୍ଡିରେ ଦ୍ଵାରସ୍ଥ ହୋଇଛନ୍ତି ଚାଷୀ। ଚାଷୀମାନେ ମଇଦଲପୁର ଫାଣ୍ଡିରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ଏବେ ଧାନ ପଞ୍ଜିକରଣ ପ୍ରକ୍ରିୟା ଚାଲୁ ରହିଛି। ତେବେ ଚାଷୀମାନେ ପଞ୍ଜିକରଣ କରିବା ପାଇଁ ଗଲେ ଲ୍ୟାମ୍ପ ଏମଡି ରଜତ ତ୍ରିପାଠୀ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି।

ଅପରପକ୍ଷେ ମିଲର କହିବା ଚାଷୀଙ୍କ ନାମ ପଞ୍ଜିକରଣ କରୁଛନ୍ତି। ଗତ ବର୍ଷ ଚାଷୀ ପଞ୍ଜିକରଣ କରିଥିଲେ। ସେମାନେ ଧାନ ବିକ୍ରି କରିବା ପାଇଁ ତାଙ୍କ ମୋବାଇଲକୁ ମେସେଜ୍ ଆସିଥିଲା। କିନ୍ତୁ ତାଙ୍କୁ ଟୋକାନ ଦିଆଗଲା ନାହିଁ। ଯାହା ଫଳରେ ଚାଷୀମାନେ ଧାନ ମଣ୍ଡିରେ ବିକ୍ରି କରିନପାରି ଦଲାଲକୁ କମ ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେଲୁ। ଚଳିତ ବର୍ଷ ଚାଷୀଙ୍କ ପାଇଁ ସାର ଆସିଥିଲା। କିନ୍ତୁ ଆସିଥିବା ସାରର ଅଧା ଚାଷୀ ପାଇଲେ। ଚାଷୀଙ୍କୁ ସାର ପ୍ରଦାନ ନକରି ସାର କଳାବଜାରୀ ପାଇଁ ସୁଯୋଗ ଦେଇଛନ୍ତି। ମୈଦଲପୁର ଲ୍ୟାମ୍ପରେ ଦୁର୍ନୀତି ଅଭିଯୋଗ କରି ମଇଦଲପୁର ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ ପ୍ରଦାନ କରିଛନ୍ତି ନୂଆକୋଟର ଚାଷୀ।

ଏ ସଂକ୍ରାନ୍ତରେ ଲ୍ୟାମ୍ପ ଏମଡିଙ୍କ ମତାମତ ପାଇଁ ଫୋନ କରିଥିଲେ ମଧ୍ୟ ତାଙ୍କ ଫୋନ ବନ୍ଦ ରହିଥିବାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ। ସେହିପରି ଭାବେ ଫାଣ୍ଡି ଅଧିକାରୀ ଅନାମ ଦିଆନଙ୍କ ସହ ଯୋଗାଯୋଗ କରିବାରୁ ଏ ନେଇ ଲ୍ୟାମ୍ପ ଏମଡି ଚାଷୀ ଓ ଲ୍ୟାମ୍ପ ଉପରିସ୍ଥ ଅଧିକାରୀଙ୍କୁ ଡାକି ଆଲୋଚନା ଓ ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର