ନବରଙ୍ଗପୁର: ୭ ବର୍ଷର ବାଳକକୁ ନୃଶଂସ ଭାବରେ ହାଣିଲା ପଡ଼ୋଶୀ

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଚୁୁଚବୁଡ଼ା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୭ ବର୍ଷର ବାଳକକୁ ପଡୋଶୀ ଅତି ନୃଶଂସ ଭାବରେ ଟାଙ୍ଗିଆରେ ହାଣି ହତ୍ୟା କରିଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଗାଁଲୋକେ ଅଭିଯୁକ୍ତକୁ ଅଟକ ରଖିଛନ୍ତି।

ରିପୋର୍ଟ ଅନୁସାରେ ଆଜି ସନ୍ଧ୍ୟାରେ ମନ୍ତୋ ଭତ୍ରା (୭) ନାମକ ଜଣେ ବାଳକ ନିଜ ଚାଷ ଜମିରୁ ସାଇକେଲ ଯୋଗେ ଘରକୁ ଫେରୁଥିଲା। ଏତିକି ବେଳେ ଗାଁର ସୁକମନ୍‌ ଭତ୍ରା (୪୦) ବାଳକକୁ ଅଟକାଇଥିଲା। ସାଇକେଲରୁ ଓହ୍ଳାଇବା ପରେ ସୁକମନ କୁରାଢ଼ୀରେ ବାଳକର ବେକକୁ ଲକ୍ଷ୍ୟ କରି ଚୋଟ ମାରିଥିଲା। ଫଳରେ ମନ୍ତୋ ଘଟଣାସ୍ଥଳରେ ହିଁ କିଛି ସମୟ ମଧ୍ୟରେ ଛଟପଟ ହୋଇ ମରି ଯାଇଥିଲା। ଆକ୍ରମଣ ପରେ ମନ୍ତୋ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗାଁଲୋକେ କାବୁ କରିନେଇଛନ୍ତି।

ସମ୍ବନ୍ଧିତ ଖବର