ନବରଙ୍ଗପୁର: ଜାତୀୟ ପତାକା ଅବତରଣ କରିବା ସମୟରେ ଅଘଟଣ, ଶ୍ରମିକଙ୍କ ମୃତ୍ୟୁ

ନବରଙ୍ଗପୁର: ଉମରକୋଟରେ ଶନିବାର ଜାତୀୟ ପତାକା ଅବତରଣ କରିବା ସମୟରେ ପ୍ରଶାସନର ଅବହେଳା ଯୋଗୁଁ ୧୧ କେ. ଭି ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଶ୍ରମିକ ଜଣକ ବିଦ୍ୟୁତ୍‌ ତା’ର ସଂସ୍ପର୍ଶରେ ଆସି ଆଜି ସନ୍ଧ୍ୟାରେ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ ଆହତ ପରେ ପରିବାରବର୍ଗ ଶ୍ରମିକଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମୃତକଙ୍କ ନାମ କାଳୁ ହରିଜନ (୩୮)। ଶ୍ରମିକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଅଂଚଳର ଲୋକେ ଏହି ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର