ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘରରେ ପୁଣି ମାଓବାଦୀ ମାତିଛନ୍ତି। ସେମାନେ ରାଇଘର ବ୍ଲକ କୁକୁରକୁଆଁ ଠାରେ ଗଛ କାଟି ରାସ୍ତା ରାଇଘର-କୁନ୍ଦେଇ ମୁଖ୍ୟ ରାସ୍ତା ଅବରୋଧ କରିବା ସହିତ ମାଓ ବ୍ୟାନର ମାରିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଖୁଡ଼ୁଖୁଡ଼ି ଖେଳକୁ ବିରୋଧ କରି ଏହି ବ୍ୟାନର୍ ମରାଯାଇଛି। ଏହି ବ୍ୟାନର କାହା ପକ୍ଷରୁ ମରାଯାଇଛି ତାହା ଅବଶ୍ୟ ସ୍ପଷ୍ଟ ହୋଇ ପାରି ନାହିଁ।
ରାଇଘର-କୁନ୍ଦେଇ ମୁଖ୍ୟ ରାସ୍ତା ଅବରୋଧ କରିବା ସହିତ ବ୍ୟାନର ମାରିଲେ ମାଓବାଦୀ
/sambad/media/post_attachments/wp-content/uploads/2024/02/9375d134-46fe-43bc-9dde-9d616904f824.jpeg)