ସହିଦ ସପ୍ତାହର ଶେଷ ଦିନରେ ମାଓ ବ୍ୟାନର ଓ ପୋଷ୍ଟର

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଜଙ୍ଗଲରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ରାଇଘର ରୁ କୁନ୍ଦେଇ ଯାଉଥିବା ୪୦ ନମ୍ବର ରାଜ୍ୟ ରାଜପଥ କଡ଼ରେ ମେନପୁର ଡିଭିଜନ ମାଓବାଦୀଙ୍କ ପକ୍ଷରୁ ଲଗାଯାଇଥିବା ଏହି ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ଆସନ୍ତାକାଲି ୩ ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବା ମାଓବାଦୀଙ୍କ ସହିଦ ସପ୍ତାହ ପାଳନ କରିବାକୁ ଏବଂ ଜଙ୍ଗଲ ଜମି ଅଧିକାର ଦାବି ଓ ମାଓ ସଙ୍ଗଠନରେ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି।

ଗତ ଜୁଲାଇ ୨୮ତାରିଖ ଦିନ କୁନ୍ଦେଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ସୀତା ନଦୀ ଏରିଆ କମିଟି ପକ୍ଷରୁ ମାଓ ପୋଷ୍ଟର ଓ ବ୍ୟାନର ଲଗାଯାଇଥିଲା l କିନ୍ତୁ ଆଜି ମେନପୁର ଡିଭିଜନ ମାଓ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର ବ୍ୟାନର ଲଗାଯାଇଥିବା ଜଣାପଡ଼ିଛି l ଘଟଣାସ୍ଥଳରେ କୁନ୍ଦେଇ ପୁଲିସ ସହ ସି.ଆର୍.ପି.ଏଫ ଯବାନମାନେ ପହଞ୍ଚି ମାଓ ବ୍ୟାନର ଓ ପୋଷ୍ଟରଗୁଡ଼ିକୁ ଜବତ କରିଛନ୍ତି।

ସମ୍ବନ୍ଧିତ ଖବର