ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ

ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଗମ୍ଭାରିଗୁଡା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ଚନ୍ଦାହାଣ୍ଡି ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗମ୍ଭାରିଗୁଡା ଗ୍ରାମର ମୁକୁନ୍ଦ ସାହୁଙ୍କ ଝିଅ ରିଙ୍କି ସାହୁ (୨୧)ଙ୍କ ବିବାହ ତିନିି ବର୍ଷ ପୂର୍ବେ ସେହି ଗ୍ରାମର ବିରେନ୍ଦ୍ର ସାହୁଙ୍କ ପୁଅ ପ୍ରଭାସ ରଂଜନ ସାହୁଙ୍କ ବଦିକ ରୀତିରେ ହୋଇଥିଲା। ତେବେ ଆଜି ମଧ୍ୟାହ୍ନ ୧୨ଟାରେ ରିଙ୍କିଙ୍କୁ ନିଜ ଶ୍ୱଶୁର ଘର ଲୋକ ମାରି ଦେଇଥିବା ନେଇ ତାଙ୍କ ପିତା ମୁକୁନ୍ଦ ସାହୁ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି। ଚନ୍ଦାହାଣ୍ଡି ଥାନା ଏସଆଇ ତରଣୀସେନ ନାୟକ ଘଟଣା ସ୍ଥଳକୁ ଯାଇ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସନ୍ଧ୍ୟା ହୋଇଯାଇଥିବା ବେଳେ ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ଶବ ସେଠାରେ ପଡି ରହିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ ମହନ୍ତ ପ୍ରକାଶ କରିଛନ୍ତି।

ଏନେଇ ଚନ୍ଦାହାଣ୍ଡି ଥାନାରେ କେସ ନଂ-୪୧/୧୮ରେ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି। ସୂଚନାଥାଉକି, ବିବାହର ଏକ ବର୍ଷକ ପରେ ରିଙ୍କିଙ୍କୁ ଶ୍ୱଶୁର ବିରେନ୍ଦ୍ର ସାହୁ, ଶାଶୁ ଯଶୋଦା, ସ୍ୱାମୀ ପ୍ରଭାସ ଏବଂ ଦିଅର କୈଳାସ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଗତ ୨୦୧୭ ମସିହା ନଭେମ୍ବର ୨୦ତାରିଖରେ ରିଙ୍କିଙ୍କୁ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଉଥିବା ନେଇ ବାପା ମୁକୁନ୍ଦ ସାହୁ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ। ସେହି ସମୟରେ ଗ୍ରାମବାସୀଙ୍କ ଉଦ୍ୟମରେ ଉଭୟପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇ ସମାଧାନ କରାଯାଇଥିଲା। ଏହାପରେ ଆଜି ସନ୍ଦେହ ଜନକ ଅବସ୍ଥାରେ ରିଙ୍କୁଙ୍କ ଶବ ପଡିଥିବା ପରିବାର ଲୋକ ଦେଖିଛନ୍ତି।

ସମ୍ବନ୍ଧିତ ଖବର