ନବରଙ୍ଗପୁର (ସୁରେଶ ନାଇଡୁ): ମାଟ୍ରିକ ପରୀକ୍ଷା-୨୦୨୬ର ପ୍ରଥମ ଦିନ ଆଜି ଶାନ୍ତିଶୃଙ୍ଖଳାର ସହ ସରିଛି। ଆଜି ମାତୃଭାଷା ଓଡ଼ିଆ ପରୀକ୍ଷା ଅନୁଷ୍ଠିତ ହୋଇଥି‌ଲା। ନବରଙ୍ଗପୁର ଜିଲ୍ଲାର ୮୧ଟି ହାଇସ୍କୁଲରେ ୧୭,୭୬୨ ଓ ୩ଟି ମୁକ୍ତ ବିଦ୍ୟାଳୟ (ଏସଓଏସସି) ର ୩୭୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାଟ୍ରିକରେ ୨୫୮ଜଣ ଓ ୧୬୧ ଜଣ ମୁକ୍ତବିଦ୍ୟାଳୟର ପିଲା ଅନୁପସ୍ଥିତ ଥିଲେ। ତେବେ ପ୍ରଥମ ପରୀକ୍ଷାରେ କେହି ବି ମାଲ୍ ପ୍ରାକ୍ଟିସ୍ (ଏମପି ) ହୋଇ ନଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା।

Advertisment

ଆହୁରି ପଢ଼ନ୍ତୁ: BJD: ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା

ଜିଲ୍ଲାର ୧୦ଟି ବ୍ଲକ, ୨ଟି ପୌରାଚଂଳରେ ୧୦ଟି ନୋଡାଲ କେନ୍ଦ୍ରରୁ ୮୪ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିଲା। ଏଥରକ ୧୮୦୨୦ଜଣ ଛାତ୍ରଛାତ୍ରୀ ରେଗୁଲାରରେ ପରୀକ୍ଷା ଦେବା ପାଇଁ ଫର୍ମଫିଲଅଫ୍ କରିଥିଲେ। ଏଥିରୁ ୧୭୭୬୨ଜଣ ପରୀକ୍ଷା ଦେଇଥିବା ବେଳେ ୨୫୮ଜଣ ଅନୁପସ୍ଥିତ ରହିଥିଲେ। ମୁକ୍ତ ବିଦ୍ୟାଳୟରେ ୫୩୭ଜଣଙ୍କ ମଧ୍ୟରୁ ୩୭୬ଜଣ ଉପସ୍ଥିତ ଥିବା ବେଳେ ୧୬୧ଜଣ ଅନୁପସ୍ଥିତ ରହିଥିଲେ। ଜିଲ୍ଲାଶିକ୍ଷାଅଧିକାରୀ ଛତ୍ରପତି ସାହୁ ନିଜେ ବିଞାନ ନିରୀକ୍ଷକଙ୍କୁ‌‌ ‌େନଇ ଗୋଟିଏ ଟିମ, ତିନି ଅତିରିକ୍ତ ଜିଲ୍ଲାଶିକ୍ଷାଅଧିକାରୀଙ୍କୁ ନେଇ ଆଉ ଦୁଇଟି ସ୍କ୍ବାର୍ଡ କରି ଯାଂଚ କରୁଛନ୍ତି। ଏହା ବାଦେ ବୋର୍ଡର ଗୋଟିଏ ସ୍କ୍ବାର୍ଡ ଜିଲ୍ଲାରେ ବୁଲୁଥିବା ସୂଚନା ମିଳିଛି।