ନବରଙ୍ଗପୁର: ଜିଲ୍ଲାରେ କାମ ମିଳୁନଥିବା ଅଭିଯୋଗ କରି ଗ୍ରାମାଂଚଳରୁ ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ, କେରଳ ଆଦି ସ୍ଥାନକୁ ଦାଦନ ଖଟିବାକୁ ଯିବା ନିୟମିତ ଘଟଣା। ତେବେ ଏହାକୁ ରୋକିବାକୁ ଜିଲ୍ଲାପ୍ରଶାସନ ଅଣ୍ଟାଭିଡ଼ିଛି। ୧୦ଟି ପ୍ରମୁଖ ପ୍ରକଳ୍ପରେ ବିଭିନ୍ନ ବିଭାଗ ଜରିଆରେ ୨୦୨୫-୨୬ଆର୍ଥିକ ବର୍ଷରେ ୪୨,୦୫୭ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି। ଏହି ବର୍ଷ ୭୫ଲକ୍ଷ ୪୭ହଜାର ଶ୍ରମଦିବସ ଦେବା ପାଇଁ ଲକ୍ଷ୍ୟ ରହିଛି। ଗତ ଅଗଷ୍ଟ ଯାଏଁ ୧୯ଲକ୍ଷ୪୬ହଜାର ୫୨୩ ଶ୍ରମଦିବସ କାମ ଯୋଗାଯାଇଛି। ୫୫୬ପରିବାରକୁ ଶହେ ଦିନର କାମ ଦିଆଯାଇଛି। ଝରିଗାଁ ଓ ପାପଡାହାଣ୍ଡି ବ୍ଲକରୁ ଅଧିକା ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବାରୁ ଏହି ଦୁଇ ବ୍ଲକକୁ ଚିହ୍ନଟ କରି ଅଧିକା ପ୍ରକଳ୍ପ ସହ ଅଧିକା ଶ୍ରମଦିବସ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ଜିଲ୍ଲାର ୧୦ଟି ବ୍ଲକରେ ଅଙ୍ଗନୱାଡୀ କେନ୍ଦ୍ର ଭିତ୍ତିଭୂମି ସଜାଡିବା ପାଇଁ ୧୧୨୮ଟି ପ୍ରକଳ୍ପ ନିଆଯାଇଛି। ମରୁଡ଼ି ପ୍ରତିରୋଧକ ୨୯୭୮ଟି, ବନ୍ୟା ନିୟନ୍ତ୍ରଣ ଏବଂ ସୁରକ୍ଷା ୧୦୪ଟି, ଜଳସେଚନ ସୁବିଧା ପ୍ରକଳ୍ପ ୨୮,୨୯୮ଟି, ଜମି ଉନ୍ନୟନ ୧୪୩୫ଟି, ସୁକ୍ଷ୍ମ ଜଳସେଚନ ପ୍ରକଳ୍ପ ୧୯୪ଟି, ପାରମ୍ପରିକ ଜଳାଶୟର ନବୀକରଣ ୪୯୬ଟି, ଗ୍ରାମ୍ୟ ସଂଯୋଗୀକରଣ ୧୯୪୦ଟି, ଗ୍ରାମ୍ୟ ପରିମଳ ୧୯୪୦ଟି, ଜଳସଂରକ୍ଷଣ ଓ ଜଳଅମଳ୪୩୮୭ଟି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଚନ୍ଦାହାଣ୍ଡି ବ୍ଲକରେ ୪୧୦୮ଟି ପ୍ରକଳ୍ପ ରହିଛି। ଡାବୁଗାଁରେ ୨୬୪୫, ଝରିଗାଁରେ ୬୭୬୨, କୋଷାଗୁମୁଡାରେ ୪୧୧୩, ନବରଙ୍ଗପୁରରେ ୨୮୬୩ , ନନ୍ଦାହାଣ୍ଡିରେ ୨୪୫୫, ପାପଡାହାଣ୍ଡିରେ ୪୫୨୪,ରାଇଘରରେ ୩୫୫୬, ତେନ୍ତୁଳିଖୁଣ୍ଟିରେ ୪୯୨୩ ଓଉମରକୋଟରେ ୬୧୦୮ଟି ପ୍ରକଳ୍ପ କରାଯିବା ଲକ୍ଷ୍ୟ ରଖାଯାଇଛି।
ଜିଲ୍ଲାର ୧୦ଟି ବ୍ଳକରେ ୨ଲକ୍ଷ ୨୬ ହଜାର ୬୭୦ ପରିବାର ଜବ୍କାର୍ଡ ପାଇବା ସହ ୩ ଲକ୍ଷ ୪୮ ହଜାର ୫୫୨ ଜଣ ପଞ୍ଜିକୃତ ହୋଇଛନ୍ତି। ଚନ୍ଦାହାଣ୍ଡି ବ୍ଳକରେ ୨୯,୩୪୯ଙ୍କୁ ଜବକାର୍ଡ ମିଳିଛି। ଡାବୁଗାଁରେ ୨୧,୨୪୪, ଝରିଗାଁରେ ୪୮,୧୭୮, କୋଷାଗୁମଡାରେ ୪୬,୫୯୬, ନବରଙ୍ଗପୁରରେ ୨୫,୮୫୮, ନନ୍ଦାହାଣ୍ଡିରେ ୨୨,୦୬୧, ପାପଡାହାଣ୍ଡିରେ ୩୯,୭୯୪, ରାଇଘରରେ ୫୧,୬୦୩, ତେନ୍ତୁଳିଖୁଣ୍ଟିରେ ୨୩,୩୬୬ ଓ ଉମରକୋଟରେ ୪୦ ,୫୦୩ ଜଣଙ୍କୁ ଜବ୍କାର୍ଡ ମିଳିଛି। ଜିଲ୍ଲାରେ ୨୦୨୩-୨୪ରେ ୭୭ ଲକ୍ଷ ୪୯ ହଜାର ଶ୍ରମ ଦିବସ ସୃଷ୍ଟି ହୋଇଥିଲା। ୨୦୨୪-୨୫ରେ ଏହା ୫୨ ଲକ୍ଷ ୬୮ ହଜାର ୮୪୫ ଶ୍ରମଦିବସକୁ ଖସିଥିଲା।
୨୦୨୫-୨୬ ଅଗଷ୍ଟ ସୁଦ୍ଧା ୧୯ଲକ୍ଷ ୪୬ ହଜାର ୫୨୩ ଶ୍ରମଦିବସ ସୃଷ୍ଟି ହୋଇଛି। ୨୦୨୩-୨୪ରେ ୪,୫୧୨ ପରିବାର ଓ ୨୦୨୪-୨୫ରେ ୪,୬୬୯ ଓ୨୦୨୫-୨୬ ଅଗଷ୍ଠ ସୁଦ୍ଧା ୫୫୬ ପରିବାରକୁ ୧୦୦ ଦିନର କାମ ଯୋଗାଯାଇଛି। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଓ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିରଂଚିନାରାୟଣ ଦରୱାନ ଉପରୋକ୍ତ ପ୍ରକଳ୍ପ ଗୁଡିକୁ ଶତପ୍ରତିଶତ ସଫଳତାର ସହ ସାରିବା ସହ ଦାଦନ ରୋକିବା ଦିଗରେ ଏମଜିନରେଗାର ପ୍ରମୁଖ ଭୂମିକାକୁ ପ୍ରତିପାଦିତ କରିବାକୁ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି।
ଅଗଷ୍ଠ ୩୧ତାରିଖ ସୁଦ୍ଧା ଡାବୁଗାଁ ବ୍ଲକ ଶ୍ରମ ଦିବସ ଯୋଗାଇବା ଦିଗରେ ୧୦୧ ପ୍ରତିଶତ ସଫଳ ହୋଇଛି। ତେନ୍ତୁଳିଖୁଣ୍ଟି ୮୯.୯୯,ପାପଡାହାଣ୍ଡି ୭୦.୪୫ ଓ ନନ୍ଦାହାଣ୍ଡି ବ୍ଳକ ୫୪.୦୨ ପ୍ରତିଶତରେ ଥିବାବେଳେ ବଳକା ୬ଟି ବ୍ଲକ ଶ୍ରମ ଦିବସ ଯୋଗାଇବା କ୍ଷେତ୍ରରେ ୫୦ପ୍ରତିଶତକୁ ଡେଇଁ ନଥିବାରୁ ଉଭୟ ଅଧିକାରୀ ସମସ୍ତ ବିଡିଓଙ୍କୁ କଡା ଚେତାବନୀ ଦେଇଛନ୍ତି।
Nabarangpur