ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ମକାରୁ ବାଘ ଙ୍କ ପୁଅ ମକୁନ୍ଦ ବାଘ (୪୨) ଦାଦନ ଖଟିବାକୁ ପରିବାର ସହ ବାହାର ରାଜ୍ୟକୁ ଯାଇଥିଲେ l କିନ୍ତୁ ସେଠାରେ କାମ କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିବା ପରେ ଆଜି ତାଙ୍କ ଶବ ଘରକୁ ଫେରୁଥିବା ଜଣାପଡିଛି |
ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ କେନ୍ଦୁଗୁଡା ଗ୍ରାମର ମୁକୁନ୍ଦ ବାଘ ନିହାତି ଗରିବ ହୋଇଥିବାରୁ ତାଙ୍କ ଦୁଇ ପୁଅ, ଦୁଇ ଝିଅ ଓ ପତ୍ନୀଙ୍କୁ ନେଇ ପରିବାର ଚଳାଇବା କଷ୍ଟକର ହୋଇଥିଲା | ତେଣୁ ସେ ଶେଷରେ ସପରିବାର ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟର ଖମନ ଜିଲ୍ଲା ଠାରେ ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ l ଆଜି ସକାଳେ ଉକ୍ତ ଇଟାଭାଟି ରେ କାମ କରୁଥିବା ସମୟରେ ବିଦ୍ୟତୁ ସସ୍ପର୍ଶରେ ଆସି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ବର୍ଗ ପ୍ରକାଶ କରିଛନ୍ତି l ଇଟାଭାଟି ମାଲିକ ମୁକୁନ୍ଦଙ୍କ ମର ଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁକୁ ପଠୋଉ ଥିବା ଜଣାପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ପହଞ୍ଚି ନଥିଲା।

Advertisment

ମୁକୁନ୍ଦଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି l ରୋଜଗାର କରି ଘର ଚଲାଉଥିବା ମୁକୁନ୍ଦଙ୍କ ଅନ୍ତେ ଏବେ ୮ ଅସହାୟ ପ୍ରାଣୀ କିଭଳି ଚଳିବେ ସେ ନେଇ ବାପା ମାଙ୍କୁ ଚିନ୍ତା ଘାରିଛି l ଇଟାଭାଟି ମାଲିକ ସେମାନଙ୍କ କାମ କରିଥିବା ପ୍ରାପ୍ୟ ମଧ୍ୟ ପ୍ରଦାନ କରିନଥିବା ମୃତକଙ୍କ ପତ୍ନୀ କାଲିମତି ବାଘ ପ୍ରକାଶ କରିଛନ୍ତି। ସେ ଜଣେ ଅତ୍ୟନ୍ତ ଗରିବ ହୋଇ ଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଜଗନ୍ନାଥ ସିହ୍ନା, ଖଗେଶ୍ବର ବାଘ, ବସନ୍ତ ସୁନାନୀ, ଟିକିରାମ ସୁନାନୀ, ଲଖଣ ସୁନାନୀ, ଜଗବନ୍ଧୁ ବାଘ ପ୍ରମୁଖ ଦାବି କରିଛନ୍ତି।