ନବରଙ୍ଗପୁର (ସୁରେଶ ନାଇଡୁ): ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଥିବା ଭଳି ଘଟଣା ବାରମ୍ବାର ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଭାଲୁଘାଟ ଗ୍ରାମର ଜଣେ ଯୁବକ ଦାଦନ ଖଟିବା ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ ଅଣ୍ଡା ଟ୍ରେ ତିଆରି ମେସିନ୍ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇ ଥିବା ପରିବାର ଲୋକ ସୂଚନା ଦେଇଛନ୍ତି।
ସୂଚନା ପ୍ରକାରେ ଜିଲ୍ଲାର ଝରିଗାଁ ବ୍ଲକର ଭାଲୁଘାଟ ଗ୍ରାମର ଗୋବିନ୍ଦ ଜାନୀଙ୍କ ସହ ସ୍ତ୍ରୀ ସବିତା, ଝିଅ ମତି, ତିନି ପୁଅ ବୁଲୁ, କୁଲୁ ଏବଂ ଲୁଲୁ ସପରିବାର ଗତ ମାସକ ତଳେ ହାଇଦ୍ରାବାଦ ସ୍ଥିତ ଜଙ୍ଗଲପେଟାରେ ଥିବା ଅଣ୍ଡା ଟ୍ରେ ନିର୍ମାଣ କମ୍ପାନୀରେ କାର୍ଯ୍ୟ କରିବା ପାଇଁ ଯାଇଥିଲେ। ଗତ ମାସ ପର୍ଯ୍ୟନ୍ତ ସେଠାରେ ସୁରୁଖୁରୁରେ କାମ କରି ଆସୁଥିଲେ। ତେବେ ଗତକାଲି ସକାଳ ପ୍ରାୟ ୭ଟା ବେଳେ ଗୋବିନ୍ଦ ଜାନୀଙ୍କ ପୁଅ ବୁଲୁ ଜାନୀ(୨୦) ଅଣ୍ଡା ଟ୍ରେ ମେସିନ୍ ସଫା କରିବା ପାଇଁ ଯାଇଥିଲେ। ସଫା କରିବା ସମୟରେ ହଠାତ ମେସିନ୍ ଷ୍ଟାର୍ଟ ହୋଇ ଯାଇଥିବା ଯୋଗୁଁ ମେସିନରେ ଲାଗିଥିବା କନଭରଟର ବେଲ୍ଟ ସଂଷ୍ପର୍ଶରେ ଆସି ଟାଣି ହୋଇ ପୁଅ ବୁଲୁର ମୃତ୍ୟୁ ହୋଇ ଥିବା ବାପା ଗୋବିନ୍ଦ କହିଛନ୍ତି।
ଘଟଣା ସମ୍ପର୍କରେ ହାଇଦ୍ରାବାଦରୁ ଅନ୍ୟ ଶ୍ରମିକଙ୍କ ଜରିଆରେ ପରିବାର ଲୋକେ ସୂଚନା ପାଇଥିଲେ। ଗ୍ରାମବାସୀଙ୍କ ପକ୍ଷରୁ କିଛି ଲୋକ ଘଟଣା ସମ୍ପର୍କରେ ଜାଣି ତୁରନ୍ତ ହାଇଦ୍ରାବାଦ ଯାଇଥିଲେ। ସେଠାରେ ମାଲିକ ସହ ଆଲୋଚନା କରିଥିଲେ। ଶେଷରେ ମାଲିକ କିଛି ଟଙ୍କା ଦେଇ ଆମ୍ବୁଲାନ୍ସ ଯୋଗେ ପରିବାର ସହ ବୁଲୁର ମରଶରୀର ଭାଲୁଘାଟ ଗ୍ରାମକୁ ପଠାଇ ଥିଲେ। ଅର୍ଦ୍ଧରାତ୍ରରେ ମରଶରୀର ସହ ପରିବାର ଲୋକ ପହଁଞ୍ଚିଥିଲେ। ଆଜି ସକାଳୁ ସମ୍ପର୍କୀୟ ଓ ଗ୍ରାମବାସୀ ଆସିବା ପରେ ନିଜ ଭାଲୁଗୁଡା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ଆହୁରି ପଢ଼ନ୍ତୁ: Tata Motors car : ରାନିପେଟରୁ ଗଡ଼ିଲା ଟାଟା ମୋଟର୍ସର କାର୍
ସୂଚନା ପାଇବା ଠାରୁ ପରିବାରବର୍ଗଙ୍କ କାନ୍ଦ ବୋବାଳି ଲାଗି ରହିଥିଲା। ଏହି ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଏହି ଗାଁରୁ ବହୁ ଲୋକେ ଦାଦନ ଖଟିବାକୁ ଯାଇଛନ୍ତି। ଦାଦନ ଖଟିବାକୁ ଯାଇଥିବା ସମ୍ପର୍କୀୟ ମାନଙ୍କୁ ପରିବାରବର୍ଗ ଫୋନ କରି ବୁଝୁଥିବା ଦେଖିବାକୁ ମିଳିଥିଲା। ଝରିଗାଁ ବ୍ଲକରେ ଏମନରେଗାରେ ୩୦୦ଦିନର କାମ ଦେବାକୁ ସରକାର ଘୋଷଣା କରିଥିବା ସତ୍ବେ ଏଠାରୁ ଦାଦନ ସୁଅ ରୋକିବା ନାଁ ନେଉନି। ଏହାକୁ ରୋକିବା ପାଇଁ ପୁଲିସଓ ପ୍ରଶାସନ କେହି ବି ଉଦ୍ୟମ କରୁନାହାନ୍ତି। କାମ ଧନ୍ଦା ଗାଁରେ ନଥିବାରୁ ଏହି ସ୍ଥିତିରେ ଲୋକେ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି। ଏବଂ ଏଭଳି ରୋଗ, ଦୁର୍ଘଟଣା ଏବଂ ମୃତ ହେବା ଜାରି ରହିଛି।
ଆହୁରି ପଢ଼ନ୍ତୁ: Ravi Ray: ଏକଛତ୍ରବାଦ ସାମ୍ପ୍ରଦୟିକତା କଂପାନିରାଜ ଆଜି ସମ୍ବିଧାନ ଓ ଗଣତନ୍ତ୍ର ପାଇଁ ବଡ଼ ଆହ୍ବାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/09/naba-2026-02-09-20-39-53.jpg)