ଭାରସାମ୍ୟ ହରାଇ ମିନିଟ୍ରକ ଓଲଟିଲା

ରାଇଘର: ରାଇଘର-ଗୋନା ମୁଖ୍ୟ ରାସ୍ତାର ବାଗବେଡା ଗ୍ରାମ ନିକଟରେ ଏକ ମାଲ ବୋଝେଇ ମିନିଟ୍ରକ ଓଲଟି ପଡିଛି। ଗାଡି ଚାଳକ ଅଳ୍ପକେ ବର୍ତିଯାଇଥିବା ବେଳେ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି। ସୂଚନାଥାଉକି, ଛତିଶଗଡ ରାୟପୁର ଠାରୁ ବିଭିନ୍ନ ସାମଗ୍ରୀ ବୋଝେଇ କରି ଏକ ମିନିଟ୍ରକ(ସିଜି ୦୪ଜେଡି ୫୭୯୦) ରାଇଘର ଆସିଥିଲା। ସେଠାରୁ ଡ୍ରାଇଭର ବିନୋଦ ମିସ୍ତ୍ରୀ ନିଜ ଘର ଭରସୁଣ୍ଡି ଗ୍ରାମକୁ ଯାଉଥିବା ସମୟରେ ସକାଳ ପ୍ରାୟ ୭ଟା ସମୟରେ ବାଗବେଡା ଗ୍ରାମ ନିକଟସ୍ଥ ନାଳ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗାଡିରେ ଆବଶ୍ୟକ ଠାରୁ ଅଧିକ ମାଲ ବୋଝେଇ ହୋଇଥିବାରୁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର