ନାବାଳିକାକୁ ପ୍ରତାରଣା, ଯୁବକ ଅଟକ

ନବରଙ୍ଗପୁର: ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ୨ମାସର ଗର୍ଭବତୀ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁଯାୟୀ, ନବରଙ୍ଗପୁର ନିକଟସ୍ଥ ତାରାଗାଁ ଗ୍ରାମର କପିଳାସ ହରିଜନଙ୍କ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପ୍ରେମ ସଂପର୍କ ରହିଥିଲା। ପରେ ବିବାହର ପ୍ରତିଶ୍ରୁତି ଦେଇ କପିଳାସ ନାବାଳିକା ସହ ଶାରୀରିକ ସଂପର୍କ ରଖିଥିଲା। ଇତି ମଧ୍ୟରେ ନାବାଳିକା ଜଣକ ୨ମାସର ଗର୍ଭବତୀ ଥିବା ବେଳେ କପିଳାସ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲା। ଶେଷରେ ନାବାଳିକାର ବାପା ନବରଙ୍ଗପୁର ଥାନାରେ ଏତଲା ଦେବା ପରେ ପୁଲିସ କପିଳାସଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର