ନବରଙ୍ଗପୁର: ଜଣେ ନାବାଳିକାକୁ ପ୍ରେମଜାଲରେ ଫସାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ନବରଂଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚୁରା କରୁଛି।
କୋଡିଙ୍ଗା ଥାନା ଅଂଚଳର ଭୁବନେଶ୍ବରରେ କଲେଜ ପଢ଼ୁଆ ନାବାଳକ ଜଣକ ସେହି ଥାନା ଅଂଚଳର ନାବାଳିକାଙ୍କ ସହ ପ୍ରେମ ସଂପର୍କ ସ୍ଥାପନ କରି ଡରାଇ ଧମକାଇ ଦୁଷ୍କର୍ମ କରିଥିଲା। ଏପରିକି ୧୨ବର୍ଷର ନାବାଳିକା ଜଣକ ଏବେ ଛଅ ମାସର ଗର୍ଭବତୀ ବୋଲି ନାବାଳିକା ଓ ତାଙ୍କ ପରିବାରବର୍ଗ କହିଛନ୍ତି। ଗତ ୨୯ତାରିଖ ଦିନ ପରିବାରବର୍ଗ କୋଡିଙ୍ଗା ଥାନାକୁ ଯାଇ ଏତଲା ଦେବା ପରେ ଥାନା ଅଧିକାରୀ ଜଣକ ଦଶହରା ଛୁଟି ଓ ପୂଜାରେ ବ୍ୟସ୍ତ ଥିବା କହି ମାମଲାକୁ ଗୁରୁତ୍ବ ନ ଦେଇ ଏତଲା ଗ୍ରହଣକରି ମାମଲା ରୁଜି କରି ନଥିବା ଅଭିଯୋଗ କରିଛନ୍ତି ପରିବାରବର୍ଗ ଓ ମାତୃ ଆଶ୍ରୟ ଆଶ୍ରମ ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ।
ଶ୍ରୀମତୀ ତ୍ରିପାଠୀ ଏନେଇ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଓ ପାପାଡାହାଣ୍ଡି ଏସଡିପିଓଙ୍କୁ ଅବଗତ କରିବା ପରେ ପୁଲିସ ଆଜି ମାମଲା ରୁଜୁ କରିଛି। ଘଟଣାର ଅଭିଯୋଗକୁ ୪ଦିନ ପରେ ପୁଲିସ ଏତଲା ଗ୍ରହଣ କରି ମାମଲା ରୁଜୁ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ସ୍ଥିତିରେ ପୁଲିସ ପ୍ରତି ଲୋକଙ୍କ ଅସ୍ଥା ଓ ଭରସା କିଭଳି ଆସିବ ବୋଲି ଶ୍ରୀମତି ତ୍ରିପାଠୀ ପ୍ରଶ୍ନ କରିଛନ୍ତି। ଗୋଟିଏ ପଟେ ମାଁଙ୍କ ପୂଜା ଚାଳିଥିବା ବେଳେ ଅନ୍ୟ ପଟେ ଗୋଟିଏ କୁଆଁରୀ ଝିଅ ନିଜ ପ୍ରତି ହୋଇଥିବା ଅମାନବିକ ପାଶବିକ ଅତ୍ୟାଚାର ଓ ଦୁଷ୍କର୍ମ ସମ୍ପର୍କରେ ଅଭିଯୋଗ କରିବାକୁ ଆସିବାରେ ତାଙ୍କୁ ପୁଲିସ ସହଯୋଗର ହାତ ବଢ଼ାଇବା ବଦଳରେ ଘରକୁ ପଠାଇ ଦେବା କେତେ ଦୁର ଯୁକ୍ତି ସଂଗତ ବୋଲି ଶ୍ରୀମତୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି।
ପୁଲିସ ଆଜି ମାମଲା ରୁଜୁ କରିବା ସହ ଉକ୍ତ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚାରାଉଛାରା କରୁଥିବା କହିଛନ୍ତି କୋଡିଙ୍ଗା ଥାନା ଅଧିକାରୀ ଯୁଗୋଳ ଶବର। ନାବାଳିକା ସହ ଉକ୍ତ ନାବାଳକର ପ୍ରେମ ସମ୍ପର୍କ ରହିଥିଲା। ବାହା ହେବାର ମିଥ୍ୟା ପ୍ରତିଶ୍ରୃତି ଦେଇ ନାବାଳକ ଜଣକ ଦୁଷ୍କର୍ମ କରିଥିଲା। ପରେ ନାବାଳିକା ଗର୍ଭବତୀ ହେବା ପରେ ନାବାଳକର ଘରେ ନେଇ ରଖିଥିଲା।
ଏନେଇ ତାଙ୍କ ଗାଁରେ ବି ବୈଠକ ହୋଇଥିବା ବେଳେ ତାହା ଫଳପ୍ରଦ ହୋଇନଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଛି। ତେବେ ଉଭୟଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚାରା ଉଚାରା ଜାରି ରହିଛି। ଘଟଣା ସମ୍ପର୍କରେ ଅଧିକା ତଦନ୍ତ ଜାରୀ ରହିଛି ବୋଲି କହିଛନ୍ତି ଥାନା ଅଧିକାରୀ। ନାବାଳିକା ଜଣକ ୧୨ବର୍ଷର ହୋଇଥିବା ବେଳେ ଛଅ ମାସର ଗର୍ଭବତୀ ହୋଇଥିବାରୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ବାଲ୍ୟ ଅବସ୍ଥାରେ ହିଁ ଉକ୍ତ ନାବାଳିକା ଗର୍ଭବତୀ ହୋଇଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା, ରକ୍ତରେ ହିମୋଗ୍ଲୋବିନ ଆଦି ପରୀକ୍ଷା ସହ ଅନ୍ୟ ସେବାଯୋଗାଇ ଦେବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀମତି ତ୍ରିପାଠୀ। ଯେ କୌଣସି ନାବାଳିକା କିମ୍ବା ନାବାଳିକାର ପରିବାରବର୍ଗ ଥାନାକୁ ଯଦି ଅଭିଯୋଗ କରିବାକୁ ଯାଉଛି। ତେବେ ସେମାନଙ୍କୁ ସାନ୍ତ୍ବନା ଦେଇ ତୁରନ୍ତ ଅଭିଯୋଗର ତଦନ୍ତ କରିବା ସହ ମାମଲା ରୁଜୁ କରିବା କଥା। ନଚେତ କିଛି ଅଘଟଣ ହେଲେ ସେଥି ପାଇଁ ଦାୟୀ ହେବ କିଏ ବୋଲି ଶ୍ରୀମତି ତ୍ରିପାଠୀ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)