ନବରଙ୍ଗପୁର: ଆଜି ନବରଙ୍ଗପୁର କୋଷାଗୁମୁଡା ବ୍ଲକ ଗସ୍ତରେ ଯାଇଥିବା ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଶିକ୍ଷକ ସାଜି ପିଲାଙ୍କୁ ପାଠ ପଢ଼ାଇଛନ୍ତି । ଆଜି ସେ ଏହି ବ୍ଲକର କକଡିସେମଳା ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ପଢ଼ୁଥିବା ପିଲାଙ୍କ ସହ କିଛି ସମୟ ଅତିବାହିତ କରି କିଭଳି ପାଠପଢ଼ା ଯାଉଛି ତାହାକୁ ପରଖିବା ସହ ନିଜେ ପଢ଼ାଇଥିଲେ। ପିଲାଙ୍କୁ ଗଣିତ ପଢ଼ାଇବା ସହ ସାଧାରଣଜ୍ଞାନ, ଇଂରାଜୀ ଆଦି ବିଷୟରେ ପଢ଼ାଇଥିଲେ। କିଛି ପିଲା ସମାନ ଉତ୍ତର ଦେଇଥିବା ବେଳେ କିଛି ପିଲା ଉତ୍ତର ଦେଇ ପାରିନଥିଲେ।
ଏହାକୁ ନେଇ ସେ ଉପସ୍ଥିତ ଥିବା ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କ ଉପରେ ବିଗିଡ଼ିଥିଲେ। ରାଜ୍ୟସରକାର ସ୍କୁଲକୁ ପ୍ରାଥମିକତା ଦେଇ ନିପୁଣ ସହ ବିଭିନ୍ନ ଗୁଣାତ୍ମକ ଶିକ୍ଷା ଖେଳକୁଦ ମାଧ୍ୟମରେ ପ୍ରଦାନ କରିବାକୁ ଯୋଜନା କରିଛି ଏବଂ ପ୍ରଶିକ୍ଷଣ ସରିଛି। ପିଲାଙ୍କର ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କର ମାନସିକ ଓ ବୈଦ୍ଧିକ ବିକାଶ ଉପରେ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି ବୋଲି କହିଥିଲେ ବିଧାୟକ। ଛାତ୍ରଛାତ୍ରୀଙ୍କୁ ମଣିଷ ଭାବେ ଗୋଢ଼ିତୋଳିବାକୁ ଶିକ୍ଷକ ମାନଙ୍କୁ ଦେଇଥିଲେ ପରାମର୍ଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/07/28/c9003ddc-3f1e-4814-abd3-1d9e59f58e3f-2025-07-28-22-43-50.jpg)