ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ସ୍ଥିତ ଆଦିବାସୀ କଲ୍ୟାଣ ବିଭାଗ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହଷ୍ଟେଲ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଓ ମେଟ୍ରୋନ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରି ଆଜି ଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଉଭୟଙ୍କୁ ତୁରନ୍ତ ବଦଳି କରାନଗଲେ ସମସ୍ତ ଛାତ୍ରୀ ହଷ୍ଟେଲ ଛାଡି ଚାଲିଯିବାକୁ ଧମକ ଦେଇଥିଲେ।
ମିଳିଥିବା ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିବା ୯୪ଜଣ ଛାତ୍ରୀ ହଷ୍ଟେଲରେ ରହୁଛନ୍ତି। ତେବେ ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ଷଡଙ୍ଗୀ ନୂତନ ଭାବେ ଯୋଗ ଦେଇଥିବା ବେଳେ ହଷ୍ଟେଲ ଛାତ୍ରୀଙ୍କୁ କିଛି ଦିନ ହେଲା ଅସଦାଚରଣ କରୁଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଏଭଳିକି ପ୍ରଧାନ ଶିକ୍ଷକ ବିଦ୍ୟୁତକାଟ ସମୟରେ ହଷ୍ଟେଲ ଭିତରକୁ ଯିବା ଏବଂ ଗାଧୁଆ ଘରକୁ ଅବାଧରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। କୌଣସି ଅଭିଯୋଗ ନେଇ ଛାତ୍ରୀମାନେ ଏକାଠି ହୋଇ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଗଲେ ସେମାନଙ୍କୁ ଜଣ ଜଣ କରି ଭିତରକୁ ଡାକି ଅସଦାଚରଣ କରୁଥିବା ଅଭିଯୋଗ କରାଯାଇଛି। ପ୍ରଧାନ ଶିକ୍ଷକଙ୍କ ଏଭଳି କାର୍ଯ୍ୟର ପ୍ରତିବାଦ କରି ଛାତ୍ରୀମାନେ ଆଜି ଧାରଣା ଦେଇଥିଲେ। ସକାଳ ସାଢେ ୧୦ଟା ବେଳେ ଛାତ୍ରୀମାନେ ହଷ୍ଟେଲରୁ ବାହାରି ମୁଖ୍ୟ ଫାଟକ ନିକଟରେ ଧାରଣାରେ ବସିଥିଲେ।
ଏଥିସହିତ ହଷ୍ଟେଲରେ ନିୟୋଜିତ ମେଟ୍ରୋନ ସୁଜାତା ମଣ୍ଡଳଙ୍କ ବିରୋଧରେ ମଧ୍ୟ ସ୍ୱର ଉଠାଇଥିଲେ। ମେଟ୍ରୋନ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଏବଂ ଗାଳିଗୁଲଜ କରିବା ସହିତ କପଡା ଧୋଇବାକୁ ବାଧ୍ୟ କରୁଥିବା ଭଳି ଅଭିଯୋଗ ମଧ୍ୟ ଉଠାଇଛନ୍ତି। ଏଭଳି ଘଟଣାକୁ ଛାତ୍ରୀ ପୂର୍ବରୁ ବିରୋଧ କରିବା ସହିତ ମେଟ୍ରୋନଙ୍କୁ ଏକ କୋଠରୀରେ କିଛି ସମୟ ପାଇଁ ତାଲା ପକାଇ ରଖିଥିଲେ। ପରେ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ହସ୍ତକ୍ଷେପ କରିବାରୁ ଛାଡି ଦେଇଥିଲେ। ତଥାପି ଏଥିରେ କୌଣସି ପରିବର୍ତ୍ତନ ଆସିନଥିବାରୁ ଆଜି ବାଧ୍ୟ ହୋଇ ଏଭଳି ଧାରଣା ଦେଇଥିବା ଜଣାପଡିଛି। ଏସଂପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ଅଭିଯୋଗକୁ ଅସ୍ୱୀକାର କରିବା ସହିତ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ଏବିଡିଓ ବିଜୟ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ।
ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ, ଛାତ୍ରୀଙ୍କ ଧାରଣା
/sambad/media/post_attachments/wp-content/uploads/2017/10/nabarang-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)