ଚଳନ୍ତା ବସରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

ନବରଙ୍ଗପୁର: ନବରଙ୍ଗପୁର ସର୍କିଟ ହାଉସ ନିକଟରେ ଏକ ଚଳନ୍ତା ବସରେ ନିଆଁ ଲାଗିବା ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। । ସର୍ଟ ସର୍କିଟ୍ ଯୋଗୁଁ ଏହି ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଚକାଡୋଳା ନାମକ ଏକ ଘରୋଇ ଦ୍ରୁତଗାମୀ ବସ ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିଲା । ଉକ୍ତ ବସ ନବରଙ୍ଗପୁର ସର୍କିଟ ହାଉସ ନିକଟରେ ପହଞ୍ଚିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା । ଏହା ଦେଖି ବସ ଭିତରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । କିନ୍ତୁ ନିଆଁ ଲାଗିଥିବାର ଦେଖି ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସରୁ ତଳକୁ ଓହ୍ଲାଇ ଆସିଥିଲେ ।ପରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଏହାପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

 

ବସରେ ନିଆଁ ଲାଗିବା ସମୟରେ କିଛି ସମୟ ଧରି ସେହି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଥିବାର ଦେଖିବାକୁ ମିଳିଥିଲା । ଫଳରେ ଶହ ଶହ ସଂଖ୍ୟାରେ ଗାଡ଼ି ମଟର ବି ରାସ୍ତାର ଉଭୟ ପାର୍ଶ୍ବରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର