ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଫୁଣ୍ଡେଲପଡା ଗ୍ରାମର ମକର ନାୟକ ହତ୍ୟା ମାମଲାକୁ ୪୩ଦିନ ବିତିଲାଣି। ଏଯାଏଁ ହତ୍ୟା ଅଭିଯୁକ୍ତଙ୍କୁ ଧରିବା କିମ୍ବା ହତ୍ୟାର କାରଣ ଲୋକଲୋଚନକୁ ଆଣି ପାରିନି ପୁଲିସ। ଏହାରି ମଧ୍ୟରେ ଶତାଧିକ ଗ୍ରାମବାସୀମାନେ ଗତ ମାସ ୧୬ତାରିଖ ଦିନ ଚନ୍ଦାହାଣ୍ଡି ଥାନାକୁ ବି ଘେରାଉକରିଥିଲେ। ସେହିପରି ଆଜି ଶତାଧିକ ଗ୍ରାମବାସୀ ନବରଙ୍ଗପୁର ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ। ଏସପି ମଡକର ସନ୍ଦୀପ ସମ୍ପତ୍ତ ଭିସୋରା ପରୀକ୍ଷାର ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିଥିଲେ। ରିପୋର୍ଟ ଆସିବା ପରେ ସେ ନିଜେ ମାମଲାର ଯାଂଚ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୃତି ଦେଇ ପଠାଇଥିଲେ।
ଗତ ଅଗଷ୍ଠ ୨୮ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ତେଳାତାଣ୍ଡି ଗ୍ରାମ ମୁଖ୍ୟରାସ୍ତା ପାର୍ଶ୍ଵରେ ପୁଲିସ ତେଲାତାଣ୍ଡି ଗ୍ରାମର ଗଜାନନ ନାୟକଙ୍କ ଜ୍ୱାଇଁ ଫୁଣ୍ଡେଲପଡା ଗ୍ରାମର ମକର ନାୟକଙ୍କ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ। ମୃତକ ମକରଙ୍କ ମୁହଁ, ନାକରେ ରକ୍ତ ସ୍ରାବ ହେବା ସହ ମକର ମୁହଁ ମାଡି ପଡ଼ିଥିବା ନେଇ ପରିବାର ଲୋକେ ଏହାକୁ ହତ୍ୟା କରାଯାଇ ଥିବା ସନ୍ଦେହ କରିଥିଲେ।
ଚନ୍ଦାହାଣ୍ଡି ଥାନା ଅଧିକାରୀ ଯୁଗଳ କିଶୋର ସା, ଏସ ଆଇ ବିଜୁ ରାମ ବାଘ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗ୍ରାମବାସୀ ଫରେନସିକ ଟିମ ଏବଂ ସନ୍ଧାନୀ କୁକୁର ଆଣି ତଦନ୍ତ କରିବାକୁ ଦାବି କରିଥିଲେ। ନଚେତ ଗ୍ରାମବାସୀ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଥିଲେ। ପରେ ଫରେନସିକ ଟିମ ଏବଂ ସନ୍ଧାନୀ କୁକୁର ଆଣି ତଦନ୍ତ କରାଯାଇଥିଲା। ଘଟଣାର ସାତ ଦିନ ପୂର୍ବରୁ ମୃତକ ମକର ନାୟକ ଏବଂ ତାଙ୍କ ସ୍ତ୍ରୀ ମାୟା ନାୟକଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ମନମାଳିନ୍ୟ ହେବାରୁ ମାୟା ରାଗିକି ବାପ ଘର ତେଲାତାଣ୍ଡିକୁ ଚାଲି ଆସିଥିଲେl ମାୟାକୁ ଘରକୁ ଫେରାଇ ନେବାକୁ ମକର ଶଶୁର ଘରକୁ ଆସି ଥିଲେl ଗତ ଶନିବାର ଦିନ ରାତିରେ ଖାଇ ସାରି ବୁଲିବାକୁ ବାହାରି ଆଉ ଘରକୁ ଫେରି ନ ଥିବା ତାଙ୍କ ଶଶୁର ଗଜାନନ ନାୟକ ପ୍ରକାଶ କରିଥିଲେ।
ତେବେ ମକରଙ୍କ ପରିବାରବର୍ଗ ଓ ଗ୍ରାମବାସୀ, ଅଂଚଳବାସୀଙ୍କ ମନରେ ଉପୁଜୁଥିବା ସଂଦେହ ଦୁର କରିବାରେ ପୁଲିସ ବିଫଳ ବୋଲି ପୁଣ୍ଡେଲପଡା ଗ୍ରାମବାସୀମାନେ କହିଛନ୍ତି। ଏସପିଙ୍କ ଉପରେ ଭରସା କରି ନବରଙ୍ଗପୁର ଆସିଥିବା ବେଳେ ଆଗାମୀ ଦିନରେ ନିରାଶ ହେବାକୁ ପଡିବ ନାହିଁ ଏବଂ ନ୍ୟାୟ ମିଳିବ ବୋଲି ଗ୍ରାମବାସୀ କହିଛନ୍ତି। ନଚେତ ପୁଲିସ ବିରୋଧରେ କୋର୍ଟର ଆଶ୍ରୟ ନେବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀମାନେ କହିଛନ୍ତି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/07/ngp-2025-10-07-22-03-21.jpg)