ମୈଦଲପୁର: ନବରଙ୍ଗପୁରଜିଲ୍ଲା ମୈଦଲପୁର ଥାନା ପୋଲିସ ନିଖୋଜ ନାବାଳିକାକୁ ଗୁଜୁରାଟ ରାଜ୍ୟ ରାଜକୋଟ ଠାରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛନ୍ତି । ପୋଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ସୂଚନା ଅନୁସାରେ- ମୈଦଲପୁର ଥାନା ଅଞ୍ଚଳର ଜଣେ ନାବାଳିକା ଚଳିତ ମାସ ୭ ତାରିଖରେ ପରିବାର ସହ ଝଗଡା ହୋଇ କୁଆଡେ ଚାଲିଯାଇଥିଲେ । ପରିବାର ପକ୍ଷରୁ ୮ ତାରିଖରେ ଥାନାରେ ଝିଅ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ।
ନବରଙ୍ଗପୁର ଏସ୍ପି ମାର୍ଡକର ସନ୍ଦୀପ ସମ୍ପତଙ୍କ ନିର୍ଦ୍ଦେଶରେ ମୈଦଲପୁର ଥାନା ଆଇଆଇସି ବିପିନ କୁମାର କୁଲଦୀପ ଏକ ଟିମ ଗଠନ କରି ଏ ଏସ୍ ଆଇ ଲୋକେଶ କୁମାର ଭୋଇ ଓ ଅନ୍ୟ ତିନି କର୍ମଚାରୀ ପଦୁମାନ ହରିଜନ,ପଦ୍ମ ଭତ୍ରା ଓ ନରେଶ ବିଶୋଇ ପ୍ରମୁଖ ବିଭିନ୍ନ ସ୍ଥାନ ରେ ଖୋଜାଖୋଜି କରିଥିଲେ । ପରିଶେଷରେ ମୋବାଇଲ ଟ୍ରାକ କରି ଗୁଜୁରାଟର ରାଜକୋଟ ଥିବା ଜାଣିବାକୁ ପାଇଥିଲେ । ମୈଦଲପୁର ପୋଲିସ ଟିମ ଗୁଜୁରାଟ ଯାଇ ନାବାଳିକାକୁ ସୁସ୍ଥତାରେ ଉଦ୍ଧାର କରି ମୈଦଲପୁର ନେଇ ଆସିଥିଲେ । ଶନିବାର ଝିଅର ବାପାମା ଙ୍କୁ ଡାକି ଝିଅକୁ ହସ୍ତାନ୍ତର କରିଛନ୍ତି । ମୈଦଲପର ପୋଲିସର ସଫଳତା ପାଇଁ ସାଧାରଣରେ ପ୍ରଶଂସା ପାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/08/23/new-project-2025-08-23-22-29-29.jpg)