ନବରଙ୍ଗପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ସୀମାକୁ ସିଲ୍ କରାଯାଇଛି । ଛତିଶଗଡ଼ ପଟୁ ଆସୁଥିବା ସମସ୍ତ ଗାଡ଼ି ଓ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଛତିଶଗଡ ସଲଂଗ୍ନ ସୀମାକୁ ସିଲ୍ କରିଛି ପ୍ରଶାସନ । ନେଗେଟିଭ ରିପୋର୍ଟ ବିନା ନବରଙ୍ଗପୁରକୁ ପଶିବା ଉପରେ କଟକଣା ଲଗାଯାଇଛି ।
ସୀମାରେ ଥିବା ଚେକପୋଷ୍ଟକୁ ସିଲ୍ ସହ ଯାଞ୍ଚ କଡ଼ାକଡ଼ି କରାଯାଇଛି । ଉମରକୋଟ ଦଣ୍ଡସରାଠାରେ ମଧ୍ୟ କଟକଣାକୁ କଡ଼ାକଡ଼ି କରାଯାଇଛି। ଏବେ ଛତିଶଗଡ଼ରେ କରୋନା ସଂକ୍ରମଣ ଭୟାବହ ହେଉଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ଛତିଶଗଡ଼ ସୀମାକୁ ଲାଗିରହିଥିବା ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ ଲଗାଇଛନ୍ତି ରାଜ୍ୟ ସରକାର ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Nawrangpur-Border-Sealed_Thumbnail.jpg)