ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲାର ୧୦ଟି ବ୍ଲକର ୧୮୯ଟି ପଞ୍ଚାୟତ ଏବଂ ୨ଟି ପୌରାଞ୍ଚଳରେ କାର୍ଯ୍ୟକରୁଥିବା ୩୦ରୁ ଊର୍ଦ୍ଧ୍ବ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀଙ୍କୁ ଗୋଟିଏ ଲେଖାଏଁ ସ୍କୁଲକୁ ପୋଷ୍ୟଭାବେ ଗ୍ରହଣ କରିବାକୁ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ପ୍ରଶାସନିକ ଅଧିକାରୀ, ବିଭିନ୍ନ ବର୍ଗର ଯନ୍ତ୍ରୀ, ଗାଁରେ କାମ କରୁଥିବା କ୍ଷେତ୍ର କର୍ମଚାରୀ। ଗତ କାଲି ତେନ୍ତୁଳିଖୁଣ୍ଟି ବ୍ଲକର କୁକୁଡାବାଇ ପ୍ରାଥମିକ ବିଦ୍ୟାଳୟ ଓ ଛାତ୍ରାବାସକୁ ଯାଇ କ୍ଷୋଭ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାର ଶିକ୍ଷା ବିଭାଗ ଅଧିନରେ ଥିବା ୧୦୯୯ ପ୍ରାଥମିକ ବିଦ୍ୟାଳୟ, ୫୮୧ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ, ୨୦୭ଟି ଉଚ୍ଚବିଦ୍ୟାଳୟ ଓ ୭୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏଭଳି ୧୯୬୬ଟିରେ ୨ଲକ୍ଷ ୮୧ହଜାର ୪୨୯ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏଥିରେ ମଙ୍ଗଳବିଭାଗ, ଶିକ୍ଷାବିଭାଗ ଆଦି ୪୮୨ ଛାତ୍ରାବାସରେ ଆନ୍ତେବାସୀ ୫୨,୨୩୪ ଅର୍ନ୍ତଭୁକ୍ତ। ପ୍ରାଥମିକ ଓଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୬୦୪୧ଜଣ ଶିକ୍ଷକ ରହିବା ସ୍ଥାନରେ ୫୭୮ଖାଲି, ହାଇସ୍କୁଲରେ ୧୦୩୬ଜଣ ସ୍ଥାନରେ ୮୬୩ ଜଣ ଅଛନ୍ତି ୧୭୩ଟି ଖାଲି ଓ ସମ୍ପୁର୍ଣ୍ଣ ସରକାରୀ ସହାୟତାରେ ଚାଳୁଥିବା ବିଦ୍ୟାଳୟରେ ୬୦୦ ସ୍ଥାନରେ ୪୦୯ଥିବା ବେଳେ ୧୯୧ଖାଲି। ଏଭଳି ବିଭିନ୍ନ ବର୍ଗର ଶିକ୍ଷକ ୯୪୨ଟି ଖାଲି ପଡ଼ିଛି। ଛାତ୍ର ଶିକ୍ଷକ ଅନୁପାତ ହାର ୨୬.୧ ରହିଛି। ପ୍ରମୁଖ ପାଠ୍ୟକ୍ରମ ଗଣିତ, ସାମାଜିକ ବିଜ୍ଞାନ, ବିଜ୍ଞାନ, ଇଂରାଜୀ ଆଦି ପଢ଼ାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଶିକ୍ଷକ ନାହାନ୍ତି। ଯେଉଁ ହାଇସ୍କୁଲରେ ଟିଜିଟି କଳା, ପିସିଏମ୍, ସିବିଜେଡ୍ ଶିକ୍ଷକ ନଥିଲେ ଅନ୍ୟ ବିଷୟ ପଢ଼ାଉଥିବା ଶିକ୍ଷକମାନେ ପଢ଼ାଉଛନ୍ତି। ସେହି ଶିକ୍ଷକ ମାନେ ନିର୍ଦ୍ଧାରିତ ଗଣିତ, ବିଜ୍ଞାନ ଆଦି ପଢ଼ାଇବା ମୁସ୍କିଲ। ଏପରିକି ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଜଣେ ଦୁଇ ଜଣ ଏପରି ଗୁରୁତ୍ବପୁର୍ଣ୍ଣ ବିଷୟ ପଢ଼ାଉଥିବା ଶିକ୍ଷକ ମାନେ ଅବସର ନେଉଛନ୍ତି। ଯେଉଁ ସ୍କୁଲ ଓ ହାଇସ୍କୁଲରେ ଅବସର ନେଉଛନ୍ତି ସେଠାରେ ବହୁ ବର୍ଷ ପରେ ବି ପଦବି ପୁରଣ ହେଉନି।
ଅଧିକ ପଢ଼ନ୍ତୁ: LS Speaker Om Birla: ଓମ୍ ବିର୍ଲାଙ୍କୁ ଚିଠି ଲେଖି ସମାଲୋଚନା କଲେ କଂଗ୍ରେସର ମହିଳା ସାଂସଦ
ଜିଲ୍ଲାର ଶିକ୍ଷା ବୃଦ୍ଧିହାରକୁ ସବୁ ଅଧିକାରୀମାନେ ପ୍ରମୁଖତା ଦେବାକୁ ପଡ଼ିବ। ତେବେ ଯାଇ ଶିକ୍ଷାହାର ବଢ଼ିବ ବୋଲି କହିଛନ୍ତି ଜିଲ୍ଲାପାଳ। ନିଜେ ଗୋଟିଏ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଲେ ସେହି ସ୍କୁଲର ପାଠ ପଢ଼ା ସହ ଅନୁସଙ୍ଗିକ ଭିତ୍ତିଭୂମି ସୁଧାରିବା, ଖାଲି ପଡ଼ିଥିବା ପ୍ରମୁଖ ବିଷୟର ଶିକ୍ଷକ ପୂରଣ କରିବା, ଅତ୍ୟାଧିକ ଅନୁପସ୍ଥିତ ରହୁଥିବା ଶିକ୍ଷକମାନେ ନିୟମିତ ହେବା ସହ ସ୍କୁଲର ବାତାବରଣବି ନିଶ୍ଚିତ ରୁପେ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ଜିଲ୍ଲାପାଳ। ଖରାପ ସ୍କୁଲର ସ୍ଥିତି ସୁଧରିବ। ଭଲ ସ୍କୁଲ ଆହୁରି ଅଧିକା ଭଲ ହେବ। ଆଗାମୀ ଦିନରେ ଯେଉଁ ଅଧିକାରୀ, କ୍ଷେତ୍ର କର୍ମଚାରୀ ଏଦିଗରେ ପଦକ୍ଷେପ ନେବେ ନାହିଁ ତାଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ।
ଆହୁରି ପଢ଼ନ୍ତୁ: Murder: ବାଇକ୍ ଲୁଚାଇବା ସନ୍ଦେହରେ ହତ୍ୟା, ୪ ଗିରଫ
ଯଦିଓ ଜିଲ୍ଲା ଶିକ୍ଷାଅଧିକାରୀ ଛତ୍ରପତି ସାହୁ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ଦିନ ରାତି ଅଚାନକ ଭାବେ ବିଭିନ୍ନ ସ୍କୁଲକୁ ବୁଲି ତଦାରଖ କରୁଛନ୍ତି ସ୍ବାଗତଯୋଗ୍ୟ। ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ବି ବିଭିନ୍ନ ସ୍କୁଲକୁ ଅଚାନକ ଗସ୍ତ କରି ତଦାରଖ କରିବା କଥା। ବିଭିନ୍ନ ବ୍ଲକକୁ ଗସ୍ତ ସମୟରେ ବି ଏମାନେ ଯାଂଚ କରି ପାରିବେ। ମୋତେ କାହିଁକି, ମୋର ବିଭାଗର ଅର୍ନ୍ତଭୁକ୍ତ ନାହିଁ ଏହି ଭାବନା ଛାଡି ମୋ ଜିଲ୍ଲାର ଶିକ୍ଷାହାର ବୃଦ୍ଧି ପାଇବାକୁ ପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/09/ngp-collector-visit-3-2026-02-09-16-29-19.jpg)