ନବରଙ୍ଗପୁର: ଜିଲ୍ଲାର ୧୦ଟି ବ୍ଲକରେ  ମକା  ୩୦ ହଜାରରୁ ଉର୍ଦ୍ଧ୍ବ ଚାଷୀଙ୍କ ଦ୍ବାରା ଜଙ୍ଗଲ ଜମି ଓ ଅନ୍ୟ ରାଜସ୍ବ ସରକାରୀ ଜବରଦଖଲ ଜମି ଆଦିରେ ପ୍ରାୟ ଦେଢ଼ ଲକ୍ଷ ହେକ୍ଟରରେ ଚାଷ ହେଉଛି। ଚାଷ କରାଯାଉଛି । ତେବେ ଏତେ ପରିମାଣର ମକାଚାଷକୁ ସରକାର କିମ୍ବା ଜିଲ୍ଲା ପ୍ରଶାସନ ସ୍ବୀକୃତି ଦେଇନି। ୬୧ ହଜାର ୪୨୧ ହେକ୍ଟର ଜମିରେ ଚାଷ ହେଉଥିବା ସରକାରୀ ଭାବେ ଦର୍ଶାଯାଉଛି। ଏହି ବର୍ଷ ଓରମାସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମକା ମିଶନରେ ୯ଟି କୃଷି ଉତ୍ପାଦକ ଅନୁଷ୍ଠାନ ପକ୍ଷରୁ ୨୦ହଜାର ମେଟ୍ରିକ ଟନ ମକା ମଞୀ କିଣିବ। ତେବେ ସରକାର ଓ ପ୍ରଶାସନ ଧାନ ପରି ମକା ମଣ୍ଡି କରୁ ନଥିବାରୁ ଅଭାବୀ ବିକ୍ରୀର ଶୀକାର ହେଉଛନ୍ତି। ରାଜ୍ୟ ସରକାର ମକାମଣ୍ଡି ଆରମ୍ଭ କରିବାକୁ ଦାବି କରିଛନ୍ତି ଚାଷୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଓ ପୂର୍ବତନ ବିଧାୟକ ଭୁଜବଳ ମାଝୀ।

Advertisment

ଆହୁରି ପଢନ୍ତୁ- Cold Wave: କୁହୁଡ଼ିର ଚାଦର ଘୋଡ଼ି ଶୀତରେ ଥୁରୁଥୁରୁ ନବରଙ୍ଗପୁର... ସଞ୍ଜ ନଇଁଲେ ମାଡ଼ି ଆସୁଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ

corn
corn Photograph: (sambad.in)

ଜିଲ୍ଲାରେ ୧ ଲକ୍ଷ ମେଟ୍ରିକ ଟନ ମକା ମଂଜି ଉତ୍ପାଦନ ହେଉଛି। ସେଥିରୁ ଗତ ବର୍ଷ ୧୭,୩୭୨ମେଟ୍ରିକ ଟନ ଓରମାସ ପକ୍ଷରୁ କିଣାଯାଇଛି ଏବଂ ଏବର୍ଷ ୨୦ହଜାର ମେଟ୍ରିକ ଟନ୍ କିଣିବାକୁ ନିଷ୍ପତ୍ତି ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଉତ୍ପାଦିତ ମକା ଉପରେ ଆନ୍ଧ୍ର, ଛତିଶଗଡ, ପଶ୍ଚିମବଙ୍ଗ ସହ ଓଡିଶାର ୨ଟି ବଡ ଇଥାନେଲ୍ ପ୍ରକଳ୍ପ ଜୁନାଗଡ ଓ ତରଭା ସହ କଟକ,ଭୁବନେଶ୍ବରରେ ଥିବା ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ବି ନିର୍ଭର।  ଜିଲ୍ଲାରେ ଉତ୍ପାଦିତ ମକାରୁ ୩୦ ପ୍ରତିଶତ ଆନ୍ଧ୍ର ଯାଉଛି। ବିଜୟନଗରମ ବାଇଓଟେକ୍ କଂପାନୀ ୨୦ ପ୍ରତିଶତ  ମକା ମଂଜି କିଣି ନେଉଛି। ଆନ୍ଧ୍ରର ଅନ୍ୟ କିଛି ଖାଦ୍ୟ ପ୍ରକ୍ରିୟାକରଣ କଳ ସହ ଗୋଖାଦ୍ୟ, କୁକୁଡା ଦାନା ପ୍ରସ୍ତୁତ କରୁଥିବା କିଛି କମ୍ପାନୀ ବି ୧୦ ପ୍ରତିଶତ ମଂଜି କିଣୁଛନ୍ତି। 

ଆହୁରି ପଢନ୍ତୁ- Drinking water supply project: ୫ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ମନ୍ଥର

ଏହା ବାଦେ  ପଶ୍ଚିମବଙ୍ଗ, ଛତିଶଗଡ, କଟକ ଓ ଭୁବନେଶ୍ବରରେ ଥିବା ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ ଗୁଡିକ ୧୫ ପ୍ରତିଶତ ଲେଖାଏଁ ମଂଜି କିଣୁଛନ୍ତି।  ଇଥାନେଲ୍ ଉତ୍ପାଦନ କରୁଥିବା ଜୁନାଗଡ ଓ ତରଭାକୁ ୧୦ ପ୍ରତିଶତ ମକାମଂଜି ଯାଉଛି ବୋଲି ହୋଲସେଲ୍ ବ୍ୟବସାୟୀ କହିଛନ୍ତି। ଦେଢ଼ ଲକ୍ଷ ହେକ୍ଟର ଜମିରେ ଉତ୍ପାଦିତ ୧ ଲକ୍ଷ ମେଟ୍ରିକଟନ୍ ମଂଜି ସୁଖାଇ ଆଦ୍ରତା ଦୁରେଇବା ସହ ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ପିଣ୍ଡି ,ଖଳା  ପରି ଭିତ୍ତିଭୂମି ନାହିଁ। ତେଣୁ ଚାଷୀ ମାନେ ରାସ୍ତା ଉପରେ ହିଁ ମକା ମଂଜି ସୁଖାଉଛନ୍ତି। 

ଯଦିଓ କିଛିକାଂଶରେ ଓରମାସ ପକ୍ଷରୁ ମକା ମଂଜି କିଣୁଥିଲେ ହେଁ ସବୁ ଚାଷୀଙ୍କ ନିକଟରେ ସାଇତି ରଖିବାକୁ ଗୋଦାମ ଓ ପିଣ୍ଡି ନଥିବାରୁ ସରକାରୀ ଧାର୍ଯ୍ୟ ଦର ଠାରୁ ବହୁ କମ୍ ଶାଗ ମାଛ ଦରରେ ଦଲାଲ, ବ୍ୟବସାୟୀ, ସାର ଦୋକନୀଙ୍କ ନିକଟରେ  ବିକ୍ରୀ କରୁଛନ୍ତି।   ସରକାରୀ ଧାର୍ଯ୍ୟ ଦରରେ ବ୍ୟବସାୟୀ ମାନେ ନେବା ଏବଂ ଚାଷୀ ଯେଭଳି ଅଭାବି ବିକ୍ରୀର ଶୀକାର ହେବ ନାହିଁ ସେ ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ  ଜିଲ୍ଲାମୁଖ୍ୟ କୃଷି ଅଧିକାରୀଙ୍କୁ ତଦାରଖ କରିବାକୁ ବି ଦାୟିତ୍ବ ଦେଇଛନ୍ତି। ପ୍ରକୃତ ମକା ଚାଷକୁ କାହିଁକି ଲୁଚାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ଶ୍ରୀ ରନ୍ଧାରୀ ଓ ପୂ୍ର୍ବତନ ସାଂସଦ ଶ୍ରୀ ମାଝୀ। ଜିଲ୍ଲାପ୍ରଶାସନ ସତକୁ ଲୁଚାଇବାରୁ ଚାଷୀ ଅଭାବୀ ବିକ୍ରୀର ଶୀକାର ହେଉଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି।

ରିପୋର୍ଟ: ସୁରେଶ ନାଇଡୁ