ନବରଙ୍ଗପୁର (ସୁରେଶ ନାଇଡୁ): ମନରେଗା ଯୋଜନାରେ ଚାଲିଥିବା ସରକାରୀ ଅନିମିୟତତାକୁ ଧରିବାକୁ ରାଜ୍ୟ ସରକାର ଶ୍ରମିକଙ୍କ ଇ-କେୱାଇସି କରିବା ପାଇଁ ଯୋଜନା କରିଥିଲେ। ମନରେଗା ପ୍ରକଳ୍ପରେ ନିୟୋଜିତ ଶ୍ରମିକ ପ୍ରକୃତରେ କାମ କରୁଛନ୍ତି କିନାହିଁ। ଦିନକୁ ୨ଥର ଫଟୋ ଉଠାଇ ଉପସ୍ଥାନ ପକାଯିବ। ମନରେଗାରେ ଚାଲିଥିବା ଅନିମିୟତତା ଓ ଜାଲକୁ ରୋକିବାକୁ ଏହା ସରକାରଙ୍କ ନୂଆ ଯୋଜନା ରହିଥିଲା ଇ-କେୱାଇସି ଅପ୍‌ଡେଟ୍‌ କରିବା ଦିଗରେ ରାଜ୍ୟହାର ୭୧.୩୮ପ୍ରତିଶତ ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲା ହାର ୬୩.୨୧ ପ୍ରତିଶତ।   

Advertisment

ଜିଲ୍ଲାର ୧୦ଟି ବ୍ଲକରେ ୨ଲକ୍ଷ ୨୬ ହଜାର ୬୭୦ ପରିବାରଙ୍କୁ ଜବ୍‌କାର୍ଡ ଦିଆଯାଇଛି। ଏଥିମଧ୍ୟରୁ ୨ ଲକ୍ଷ ୩୯ ହଜାର ୦୩୮ ଶ୍ରମିକ ପଞ୍ଜିକୃତ ହୋଇଥିବା ବେଳେ ଆଧାର ସିଡିଂ ୨ଲକ୍ଷ ୩୮ହଜାର ୯୨୨ସରିଛି। ଇ-କେୱାଇସି ୧ଲକ୍ଷ ୫୧ହଜାର ୦୧୪ଜଣଙ୍କର ଏଭଳି ୬୩.୨୧ପ୍ରତିଶତ ହୋଇଥିବା ସୂଚନା ମିଳିଛି। ଦାଦନ ପ୍ରବଣ ଝରିଗାଁ ବ୍ଲକରେ ୨୯,୪୯୧ ଜଣ ଶ୍ରମିକଙ୍କ ମଧ୍ୟରୁ ୧୬,୬୧୧ଜଣଙ୍କର ଓ ପାପାଡ଼ାହାଣ୍ଡି ବ୍ଲକରେ ୨୯,୬୬୯ମଧ୍ୟରୁ ୧୮,୦୦୩ଜଣଙ୍କ ଇ-କେ‌ୱାଇସି ହୋଇଛି। ଏହି ଦୁଇ ବ୍ଲକରେ ସରକାର ୩୦୦ଦିନର କାମ ଦେବାକୁ ନିର୍ଦ୍ଦେଶ ବି ଦେଇଛନ୍ତି। ଉମରକୋଟ ବ୍ଳକରେ ୨୬,୨୯୮ଜଣଙ୍କ ମଧ୍ୟରୁ ୧୪୫୬୨ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରେ ୧୮,୪୧୧ଜଣଙ୍କ ମଧ୍ୟରୁ ୧୦,୩୧୩,ଡାବୁଗାଁ ବ୍ଲକରେ ୧୭୯୨୩ଜଣଙ୍କ ମଧ୍ୟରୁ ୧୧,୧୩୧ଜଣ, ନବରଙ୍ଗପୁର ବ୍ଲକରେ ୧୬,୩୬୪ଜଣଙ୍କ ମଧ୍ୟରୁ ୧୦,୩୪୫ଜଣ, ଚନ୍ଦାହାଣ୍ଡି ବ୍ଲକରେ ୨୨,୯୩୪ଜଣଙ୍କ ମଧ୍ୟରୁ ୧୫,୩୩୫ଜଣ, ନନ୍ଦାହାଣ୍ଡି ବ୍ଲକରେ ୧୪,୭୧୬ଜଣଙ୍କ ମଧ୍ୟରୁ ୧୦,୧୩୧,କୋଷାଗୁମୁଡା ବ୍ଲକରେ ୩୦,୦୧୮ଜଣଙ୍କ ମଧ୍ୟରୁ ୨୦,୬୮୫ଜଣ ଓ ରାଇଘର ବ୍ଲକରେ ୩୩,୧୮୪ଜଣଙ୍କ ମଧ୍ୟରୁ ୨୩,୮୯୮ଜଣଙ୍କର ଏଭଳି ସର୍ବମୋଟ ୧ଲକ୍ଷ ୫୧ହଜାର ୦୧୪ଜଣଙ୍କର ଏଭଳି ୬୩.୨୧ପ୍ରତିଶତ ହୋଇଥିବା ସୂଚନା ମିଳିଛି। ଜିଲ୍ଲାରେ ୨୦୨୩-୨୪ରେ ୪ ହଜାର ୫୧୨ ପରିବାରକୁ ୧୦୦ ଦିନିଆ କାମ ମିଳିଥିଲା। ୨୦୨୪-୨୫ରେ  ୪ ହଜାର ୬୬୯ ପରିବାର ଓ ୨୫-୨୬ରେ ୨୮୨୧ ପରିବାରକୁ ୧୦୦ ଦିନିଆ କାମ ମିଳିଛି।

ସ୍ବଚ୍ଛତା ପାଇଁ ପଦକ୍ଷେପ

ମନରେଗାରେ ସ୍ବଚ୍ଛତା ଆଣିବାକୁ କ୍ଷେତ୍ରରେ ଯୋଜନାକୁ ସିଧାସଳଖ କାର୍ଯ୍ୟକାରୀ କରିବାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଦାଦନ ରୋକିବାରେ ମନରେଗା ଯୋଜନା ସଂପୂର୍ଣ୍ଣ ବିଫଳ ହୋଇଥିବା ଆମେ କହୁନାହୁ, ନିକଟରେ ଜିଲ୍ଲାଗସ୍ତରେ ଆସିଥିବା ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲ୍ଲାରୁ ବର୍ଷକୁ ୩୫ ହଜାର ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ମନରେଗା ଯୋଜନାରେ ତ୍ରୁଟି ରହିଛି। ଆଗାମୀ ଦିନରେ ସଂଶୋଧନ ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି କହିଥିଲେ। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଏହି ଯୋଜନାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଓ ବିଡିଓଙ୍କ ଉପରେ ବିଗଡ଼ିବା ସହ କଡା ତାଗିଦ୍ ବି କରିଥିଲେ। ଜନସେବା କରିବା ସେମାନଙ୍କ କାମ, ସେହି କାମ କରି ଭିଡିଓ ଭାଇରାଲ କରି ବାହାବା ନେବା ଯୁକ୍ତିଯୁକ୍ତ ନୁହେଁ, ବରଂ ସରକାରୀ ଯୋଜନାକୁ ତୃଣମୂଳସ୍ତରରେ ସଫଳ କରନ୍ତୁ ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଗାଁରେ କାମ ମିଳୁନଥିବାରୁ ଜବକାର୍ଡଧାରୀମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏହି ଶ୍ରମିକଙ୍କ ଜବକାର୍ଡ ଓ ଏଟିଏମ୍ କାର୍ଡ ଓ ଆଧାରକାର୍ଡ ଆଦିକୁ ଶ୍ରମିକ ମୁଖ୍ୟ, ଜିଆରଏସ୍ ମାନେ ନିଜ ନିକଟରେ ରଖୁଛନ୍ତି। ଇଣ୍ଟରନେଟ୍ କାମ କରୁ ନଥିବା କହି ଅନ୍ୟ ଉପାୟରେ ଶ୍ରମିକଙ୍କ ଉପସ୍ଥାନ ପକାଉଥିଲେ।  ଶ୍ରମିକଙ୍କ ଅଜାଣତରେ ଟଙ୍କା ଉଠୁଥିଲା। ତେବେ ଇ- କେୱାଇସି ‌ହେବା ଦ୍ବାରା ଏହି ଅନିମିୟତତା କେତେ ଦୂର ରୋକିବା ସମ୍ଭବ ତାହା ସମୟ କହିବ।