ନବରଙ୍ଗପୁର: ପିକ୍‌ଅପ୍‌ ଭ୍ୟାନ୍‌-ସାଇକେଲ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ଅଜା ମୃତ, ନାତି ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ପାପଡ଼ାହାଣ୍ଡି ଠାରେ ଶନିବାର ପୂର୍ବାହ୍ନରେ ପିକ୍‌ଅପ୍‌ ଭ୍ୟାନ୍‌ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ଅଜାଙ୍କ ମୃତ୍ୟୁ ଘଟିଥିବା ବେଳେ ନାତିକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସ୍କୁଲରେ ପଢୁଥିବା ନାତିକୁ ଆଣିବାକୁ ଅଜା ଯାଇଥିଲେ। ଫେରିବା ବାଟରେ ଉଭୟ ଅଜା-ନାତିଙ୍କୁ ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଅଜାଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଲୋକେ ସ୍କୁଲ ଛାତ୍ରକୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର