ଚନ୍ଦାହାଣ୍ଡି: ଧାନ ବିକ୍ରି କରିବା ନେଇ ସାଧାରଣତଃ ବଡ଼ିବଡ଼ିଆ ନେତାମାନଙ୍କ ଘରକୁ ଯାଇ ଲ୍ୟାମ୍ପ କର୍ତ୍ତୃପକ୍ଷ ଚକ୍ଷୁ ସ୍କାନ୍ କରୁଥିବା ବେଳେ ଖୋଦ ନବରଙ୍ଗପୁର ସାଂସଦ ନିଜେ ଧାନ ମଣ୍ଡିକୁ ଯାଇ ଚକ୍ଷୁ ସ୍କାନ କରି ନିଜର ଧାନ ବିକ୍ରି କରିଛନ୍ତି। ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଚନ୍ଦାହାଣ୍ଡି ବ୍ଲକ କୋଇଲିମୁଣ୍ଡା ଠାରେ ହେଉଥିବା ନିଜ ଗାଁ ଧାନମଣ୍ଡିରେ ନିଜ ଟୋକେନ ନେଇ ପହଞ୍ଚିଥିଲେ। ଚାଷୀଙ୍କ ସହ ମିଶି ନିଜ ଜମିରେ ଉପାର୍ଜିତ ଧାନ ବିକ୍ରୟ କରିବା ସହ ଆଇ ସ୍କାନ କରିଥିବା ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ: ରାଜସ୍ବ ମନ୍ତ୍ରୀ
ସାଂସଦ ଶ୍ରୀ ମାଝୀ ଟୋକାନ ପାଇବା ପରେ ମଣ୍ଡିରେ ୧୬୭ ବସ୍ତା ବା ୭୫ କ୍ୱିଣ୍ଟାଲ ଧାନ ବିକ୍ରୟ କରିଥିଲେ। ପୂର୍ବରୁ ଛତିଶଗଡ଼ରେ ଧାନ ଦର କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କା ଥିବା ଏବଂ ଓଡ଼ିଶାରେ କମ ଦର ଯୋଗୁଁ ଚାଷୀମାନେ ଓଡ଼ିଶାରେ ଧାନ ବିକ୍ରି ନକରି ଛତିଶଗଡ଼ର ବ୍ୟବସାୟୀମାନଙ୍କୁ ବିକ୍ରି କରୁଥିଲେ।
ଏହି ଖବର ପଢ଼ନ୍ତୁ: ଡବଲ ଡେକର ବସ୍ର ଶୁଭାରମ୍ଭ; ବୁଲିବେ ପ୍ରବାସୀ ଭାରତୀୟ
ନବରଙ୍ଗପୁର ସାଂସଦ ନିଜେ ଧାନ ମଣ୍ଡିକୁ ଯାଇ ଚକ୍ଷୁ ସ୍କାନ କରି ନିଜର ଧାନ ବିକ୍ରି କରିଛନ୍ତି। ସାଂସଦ ଶ୍ରୀ ମାଝୀ ଟୋକାନ ପାଇବା ପରେ ମଣ୍ଡିରେ ୧୬୭ ବସ୍ତା ବା ୭୫ କ୍ୱିଣ୍ଟାଲ ଧାନ ବିକ୍ରୟ କରିଥିଲେ।
ଏହି ଖବର ପଢ଼ନ୍ତୁ: ଏଚମପିଭିର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ
ଚଳିତ ବର୍ଷ ନୂଆ ସରକାର ଆସିବା ପରେ ଧାନ ଦର ୩୧ଶହ ଟଙ୍କା କରିଛନ୍ତି। ସାଂସଦ ମଣ୍ଡିରେ ଧାନ ବିକ୍ରି କରିବା ସହିତ ସାଂସଦ ଶ୍ରୀ ମାଝୀ ମଣ୍ଡିକୁ ଆସିଥିବା ନିଜ ଅଂଚଳର ଚାଷୀଙ୍କୁ ଧାନ ମଣ୍ଡିରେ କି ଅସୁବିଧା ହେଉଛି ସେନେଇ ପଚାରି ବୁଝିବା ସହ ସମସ୍ୟାର ସମାଧାନ ନିମନ୍ତେ ନିର୍ଦେଶ ଦେଇଥିଲେ। ତାଙ୍କ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି ଏବଂ ଚାଷୀ ଭାଇମାନେ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ପାଇ ଖୁସି ପ୍ରକଟ କରିଥିବା କହିଥିଲେ।
ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ପ୍ରବାସୀ ଭାରତୀୟମାନଙ୍କୁ ଲୋକକଳା ଓ ନୃତ୍ୟ ମାଧ୍ୟମରେ ସ୍ବାଗତ