ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ସକାଳ ୫ଟାରୁ ୧୦ ତାରିଖ ମଧ୍ୟ ରାତ୍ରି ଯାଏ ସଟ୍‌ଡାଉନ୍‌, ଘୋଷଣା କଲେ ଜିଲ୍ଲାପାଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁଁ ଆସନ୍ତାକାଲି ସକାଳ ୫ଟାରୁ ୧୦ ତାରିଖ ମଧ୍ୟ ରାତ୍ରୀ ଯାଏ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁଁ ଆଜିଠୁ ସହର ସଟ୍‌ଡାଉନ ହୋଇଛି। , ଆଜି ଓ କାଲି(୭ ଓ ୮ ତାରିଖ) ୨ ଦିନ ପାଇଁ ସଟ୍‌ଡାଉନ କରାଯିବା ନେଇ କଳାହାଣ୍ଡି ଜିଲ୍ଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦ ଘୋଷଣା କରିଛନ୍ତି। ଏହି ସଟଡାଉନ୍ ସମୟରେ ଭବାନୀପାଟଣା ସହରରେ ଗାଡ଼ି ଚଳାଚଳ ଓ ସମସ୍ତ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଲୋକଙ୍କ ଘର ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଭବାନୀପାଟଣା ସହରର ସମସ୍ତ ୨୦ ଟି ୱାର୍ଡ ରେ ସର୍ଭେ ପାଇଁ ଅଧିକାରୀ ନିଯୁକ୍ତି , ଗାଡି ଓ ମାଇକ ଘୋଷଣା ଓ ଅଧିକାରୀଙ୍କ ତାଲିମ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଅପରପକ୍ଷରେ ବାଲେଶ୍ବର ଜିଲ୍ଲାର ନୀଳଗିରି ବିଜ୍ଞପିତ ପରିଷଦ (ଏନ୍ ଏସି)କୁ ବି ଗତକାଲି ମଧ୍ୟରାତ୍ରିରୁ ମଙ୍ଗଳବାର ସକାଳ ୫ଟା ଯାଏଁ ସଟ୍‌ଡାଉନ କରାଯିବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ସକାଳ ୬ଟାରୁ ୧୨ଟା ଯାଏଁ ତେଜରାତି ଓ ପରିବା ଦୋକାନ ଖୋଲା ରହିବ। ବ୍ୟାଙ୍କ ସକାଳ ୮ଟାରୁ ୧୨ଟା ଯାଏଁ ଖୋଲା ରହିବ। କ୍ଷୀର ଦୋକାନ ଓ ଔଷଧ ଦୋକାନ ଆଦି ୨୪ ଘଣ୍ଟା ଖୋଲା ରହିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର